ଭାଷା ଓଡ଼ିଆ ସାହିତ୍ୟ ଉପରେ ଆଲୋଚନା ଚକ୍ର ।

0 259

କୋଦଳା,୨୪/୦୧(ପିପିଟି): ବୁଧବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପୌରାହିତ୍ୟ ରେ “ନୁଆଁ ଓ ” କାର୍ଯ୍ୟକ୍ରମ ପକ୍ଷରୁ ଭାଷା ଓ ଓଡ଼ିଆ ସାହିତ୍ୟ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ସଂସ୍କୃତି ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଅଧ୍ୟକ୍ଷ । କାର୍ଯ୍ୟକ୍ରମ ସଂଯୋଜିକା ରଞ୍ଜୁବାଳା ନନ୍ଦ ଆଲୋଚନା ଚକ୍ରର ଆଭିମୁଖ୍ୟ ବିଷୟ ରେ ମତାମତ ରଖିଥିଲେ । ପରିଚାଳନା ପରିଷଦ ସଭାପତି ଏସ ସୂର୍ଯ୍ୟ ନାରାୟଣ ଦୋରା ମଞ୍ଚାସିନ ରହି ଓଡ଼ିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ଉପରେ ବିଷଦ ବିବରଣୀ ପ୍ରଦାନ କରିବା ସହିତ ଯୁବ ମାନସ ରେ ପ୍ରଚାର ପ୍ରସାର କରିବା ନିମିତ୍ତ ସରକାରଙ୍କ ଏହି ମହାନ ଉଦ୍ଦେଶ୍ୟକୁ ପ୍ରଶଂସନୀୟ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଡଃ ଅନନ୍ତ ରାମ କର କୌଣ୍ଡିଣ୍ୟ ଓଡ଼ିଆ ଭାଷା, ଜଗନ୍ନାଥ ତତ୍ତ୍ୱ ଓ ଗଞ୍ଜାମର ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣାତ୍ମକ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭକ୍ତି ଭାବାବେଗ ର ପରିବେଶ ସୃଷ୍ଟି କରିଥିଲେ । ଅନ୍ତର୍ନିହିତ ଗୁଣାବଳୀ ର ସଂଯୋଜକ ପ୍ରାଧ୍ୟାପକ ଡଃ ବିଷ୍ଣୁ ନାରାୟଣ ସେଠୀ ଓଡ଼ିଆ ସଂସ୍କୃତି ଉପରେ ନିଜର ମହତ ଭାଷା ପ୍ରଦାନ କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ ମଧ୍ୟ ଓଡ଼ିଆ ଭାଷା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସାଗର ଚାନ୍ଦ ପାତ୍ର ସତ୍ୟ ନାରାୟଣ ପାତ୍ର, ସପନ କୁମାର ଦାଶ , ବିନୋଦ କୁମାର ମିଶ୍ର,ପ୍ରଶାନ୍ତ କୁମାର ମହାପାତ୍ର,ଡଃ ଜ୍ୟୋଛନା ରାଣୀ ସାହୁ, ଅପରାଜିତା ପାତ୍ର,ଗୃହଲକ୍ଷ୍ମୀ ସାହୁ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Leave A Reply

Your email address will not be published.