ମାଲ୍ଯବନ୍ତ ଆର୍ଟିଷ୍ଟ ଆସୋସିଏସନ୍ ତରଫରୁ ସାମାଜିକ କାର୍ଯ୍ୟ ।

0 304

ମାଲକାନଗିରି,୨୨/୦୧(ପିପିଟି):ମାଲ୍ୟବନ୍ତ ଆର୍ଟିଷ୍ଟ ଆସୋସିଏସନ ତରଫରୁ ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ଗ୍ରାମ ପଞ୍ଚାୟତ ସ୍ଥିତ ଭଇରକୁଣ୍ଡ ଗ୍ରାମରେ ବିଭିନ୍ନ ସାମାଜିକ କାର୍ଯ୍ୟ କରାଯାଇଛି।
ଉକ୍ତ ଗ୍ରାମ ରେ ଥିବା ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ ଫଳ ବୃକ୍ଷ ରୋପଣ କରା ଯିବା ସହିତ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ରୋପଣ ର ଉପକାରିତା ଉପରେ ବୁଝାଇବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ନିଜ ବାଡି ବଗିଚାରେ ବୃକ୍ଷ ରୋପଣ କରିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା।ଏହା ବ୍ୟତୀତ ଶୀତ ଋତୁ ଚାଲିଥିବା ଯୋଗୁଁ ସଂଘ ତରଫରୁ ଭଇରକୁଣ୍ଡ ଗ୍ରାମର ୨୦ ଟି ପରିବାରଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ଏହା ସହିତ ସଂଘ ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇ ସେମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଉତ୍ସାହିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଙ୍ଘର ଉପଦେଷ୍ଟା କେ. ଦେଶୀରଜୁ ଅଚାରୀ ,ସଭାପତି ସମୀର ବୈରାଗୀ, ସମ୍ପାଦକ ସୁକୁମାର ମଣ୍ଡଳ, ତ୍ରିମିଲ ପ୍ରସାଦ ସିଂ, ମେହେଶ୍ୱର ମହାରଣା, କାଲିପଦ ଥଣ୍ଡର, ବନମାଳୀ ପାତ୍ର, ମୁନା ଭାଇ, ପଦ୍ମନାଭ ଭାଇ, ଗୁରୁ ବଟେ, କେ ଶିବପ୍ରସାଦ ଅଚାରୀ, ସଞ୍ଜୟ ପରିଡା, ଅଶୋକ ଭାଇ, ଲମ୍ବୋଦର ଭାଇ, ବନମାଳି ଭାଇ, ବୁଦ୍ରା ପଡିଆମୀ, ଜଣ୍ଟୁ, ଗୌରାଙ୍ଗ, ଲକ୍ଷ୍ମଣ ନାୟକ, ପ୍ରତାପ ଦାଦା, ସୁନୀଲ ଅଚାରୀ, ଡମ୍ବରୁ ଭାଇ, କାର୍ତ୍ତିକ, ଈଶ୍ୱର ମାଡକାମୀ, ଦେବାଶିଷ, ରମେଶ, ନନ୍ଦା ଭାଇ , ଜଗା ଭାଇ ଓ ସମସ୍ତ ବ୍ଲକର କଳାକାର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l
ଶେଷରେ କେ ଦେଶୀରାଜୁ ଆଚାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.