ମାଲକାନଗିରି ବ୍ଲକରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ।

0 201

ମାଲକାନଗିରି, ୧୩/୧(ପିପିଟି): ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୁଲ୍ୟରେ ମାଲକାନଗିରି ସଦର ମହକୁମା ସଂସ୍କୃତି ଭବନ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ପତିତପାବନ ବୈଦ୍ୟ ଯୋଗଦେଇ ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ ସମସ୍ତଙ୍କୁ ସ୍ବାଗତ ଜଣାଇ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସହାୟତା ସମ୍ପର୍କରେ ଅବଗତ କରାଇଥିଲେ। ସଂଗଠିତ କ୍ଷେତ୍ରରେ ୨୧୨ ଜଣଙ୍କୁ ଏବଂ ଅଣ ସଂଗଠିତ କ୍ଷେତ୍ରରେ ୧୧୩ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି।
ଆଜିର ଶିବିରରେ ୭ ଜଣଙ୍କୁ ଶିକ୍ଷା ନିମନ୍ତେ ୮୪ ହଜାର, ୪୮ ଜଣଙ୍କୁ ମୃତ୍ୟୁ କାଳୀନ ନିମନ୍ତେ ୯୬ ଲକ୍ଷ, ୪୮ ଜଣଙ୍କୁ ଅନେଷ୍ଟି କ୍ରିୟା ନିମନ୍ତେ ୨ ଲକ୍ଷ ୪୦ ହଜାର, ୯ ଜଣଙ୍କୁ ପ୍ରସୂତି କାଳୀନ ନିମନ୍ତେ ୯୦ ହଜାର ଓ ୧୭ ଜଣଙ୍କୁ ବିବାହ ଜନିତ ସହାୟତା ନିମନ୍ତେ ୮ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହିପରି ଅଣ ସଂଗଠିତ କ୍ଷେତ୍ରରେ ୧୦ ଜଣଙ୍କୁ ମୃତ୍ୟ କାଳୀନ ସହାୟତା ନିମନ୍ତେ ଆର୍ଥିକ ସହୟତା ରାଶି ପ୍ରଦାନ କରାଯାଇଛି। ସର୍ବମୋଟ ୧୩୯ ଜଣଙ୍କୁ ନିର୍ମାଣ ଶ୍ରମିକ ସହାୟତା ଯୋଜନାରେ ୧ କୋଟି ୮ ଲକ୍ଷ ୬୪ ହଜାର ୨ ଶହ ଟଙ୍କା ଏବଂ ଅଣ ସଂଗଠିତ କ୍ଷେତ୍ରରେ ୧୮ ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ତନ୍ମୟ ମଣ୍ଡଳ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ ଓ ଶିଳ୍ପ ବିକାଶ ଅଧିକାରୀ, ଶୁଭଶ୍ରୀ ଦଣ୍ଡପାଟ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚିନ୍ମୟ ରାଉତରାୟ, ରିଙ୍କୁରଞ୍ଜନ ଅଧିକାରୀ, ସୋନାଲି ରୟ ଓ ବିଜୟାନନ୍ଦ ପଣ୍ଡା ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.