ବୋଲଗଡ଼,୧୧/୦୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ପଞ୍ଚାୟତ ୨୬ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁଙ୍କ ପିତା ସଦାଶିବ ରାୟଗୁରୁଙ୍କର ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ବର୍ଗତ ସଦାଶିବ ରାୟଗୁରୁ ବହୁଦିନ ଧରି ବାର୍ଦ୍ଧକ୍ୟ ଅବସ୍ଥା ଥିଲେ। ସ୍ବର୍ଗତ ଶ୍ରୀ ରାୟଗୁରୁ ସାଗରଗାଁ ପଂଚାୟତରେ ଲଗାତର ଭାବେ ୩ଥର ସରପଞ୍ଚ, ୩ଥର ସେବା ସମବାୟ ସମିତିର ସଭାପତି, ବରିଷ୍ଠ ନ୍ୟାୟବିତ, ନିଖିଳ ଉତ୍କଳ ନ୍ୟାୟବିତ ସଂଘର ସଭାପତି ଓ ୧୫ ବର୍ଷଧରି ସାଗରଗାଁ ଗ୍ରାମ୍ୟ କମିଟିର ସଭାପତି ଥିଲେ। ତାଙ୍କ ବିୟୋଗ ଯୋଗୁଁ ବୋଲଗଡ଼ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ସ୍ୱର୍ଗତ ସଦାଶିବ ରାୟଗୁରୁ ଙ୍କ ଦ୍ୱାଦଶ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ସାଗରଗୁଆଁ ସ୍ଥିତ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୁତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଉପସ୍ଥିତ ଥିଲେ। ସ୍ୱର୍ଗତ ସଦାଶିବ ରାୟଗୁରୁ ଙ୍କର ଦୁଇ ପୁଅ,ଦୁଇବୋହୁ, ଦୁଇ ଝିଅ ଜ୍ବାଇଁ ଓ ନାତି ନାତୁଣୀ ମାନେ ଉପସ୍ଥିତ ରହି ଥିଲେ।ପ୍ରଥମେ ସ୍ୱର୍ଗତ ରାୟଗୁରୁ ଙ୍କ ଫଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବାସହିତ ତାଙ୍କର ସ୍ମୃତିଚାରଣ କରିଥିଲେ ।ସେ ଏକା ଧାରାରେ ଜଣେ ପରୋପକାରୀ, ଧର୍ମପରାୟଣ, ସମାଜସେବୀ, ନ୍ୟାୟବିତ ଓ ସଚ୍ଚୋଟ ଲୋକପ୍ରତିନିଧି ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଏହି ସ୍ମୃତି ସଭାରେ ବହୁ ଛାମୁଆ ବ୍ୟକ୍ତି ଙ୍କ ସହିତ ବୋଲଗଡ଼ ଅଞ୍ଚଳର ବହୁ ସାଧାରଣ ଜନତା ଉପସ୍ଥିତ ରହି ଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)