***ମୋ ଅନୁଭୂତିରେ ଜଗନ୍ନାଥ***

0 45

ମୋ ଜନ୍ମ ପୁରୁଣା ଘୁମୁସର ଗଡ଼ରେ । ଏଠାରେ ଭଞ୍ଜ କୀର୍ତ୍ତି କୀରଟି ସଦୃଶ୍ୟ ବିଦ୍ୟମାନ ଜଗନ୍ନାଥ ମନ୍ଦିର। ତତ୍ ସଂଲଗ୍ନ ମହାଦେବ ମନ୍ଦିର। ଦକ୍ଷିଣ ଦିଗରେ ମା’ କନକ ଦୁର୍ଗା ମନ୍ଦିର।
ଗାଁ ର ଚତୁର୍ଦିଗରେ ଗଡ ଖାଇ । ନିକଟରେ ପ୍ରବାହିତ ସର ନାଳ ।ଏହି ନାଳର ଜଳ କାଳି ଆମ୍ବା ନାଳରେ ମିଶି ବଡ଼ ନଦୀରେ ପ୍ରବାହିତ। ଗାଁ ର ପୂର୍ବ ଦିଗରେ ପୁଷ୍କରିଣୀ। ଗାଁ ର ଦୁଇ ପାର୍ଶ୍ବରେ
ନଡ଼ିଆ ଗଛ ଧାଡ଼ି ଧାଡି।ଆମ୍ବ ବଗିଚାରେ ଛୋଟିଆ ଗାଁ ଟି ସବୁଜିମାର ବଳୟରେ ସୁଶୋଭିତ। ଗାଁ ର ପଶ୍ଚିମରେ ବରପଲ୍ଲୀ । ବରପଲ୍ଲୀ ରୁ ଘୁମୁସର ଗଡ଼ (ଜୟନ୍ତୀ ଗଡ଼) ମାତ୍ର ଅଧା କିଲୋମିଟର। ଉଭୟ ପାର୍ଶ୍ବରେ ତାଳ ଗଛ । ବର୍ଷା ଋତୁରେ ସର୍ବତ୍ର ଜଳମୟ । ଗ୍ରୀଷ୍ମ ଋତୁରେ ଗାଁ ଟି ଭଲ ଶୀତଳ ଲାଗେ ।
ବସନ୍ତ ଋତୁରେ ଆମ୍ବ ବଉଳ ମହକେ । କୋକିଳ ଆସି ମିଠା ମିଠା କୁହୁ ତାନ କରେ । ଶୀତ ଋତୁରେ ଭାରି ଶୀତ ଅନୁଭୂତ ହୁଏ । ଗାଁ ରେ ପଚାଶ, ଷାଠିଏ ଘର । ସବୁ ସରଳ ମଣିଷ। ଆଧ୍ୟାତ୍ମିକ ପରିବେଶରେ ପଲ୍ଲୀ ଜୀବନ ଗତିଶୀଳ। ସକାଳ ସନ୍ଧ୍ୟା ରେ ମନ୍ଦିରରେ ଆରତୀ ହୁଏ। ବାର ମାସରେ ତେର ପର୍ବ ପାଳିତ ହୁଏ। ଗାଁ ର ଆଚାଣ୍ଡଳ ବ୍ରାହ୍ମଣ ଧାର୍ମିକ ଭାବଧାରେ ଉଦ୍ ବୁଧ ।
ମୋ ମା’ ବଡ଼ ଧର୍ମପରାୟଣ ନାରୀ । ସବୁ ଓଷା ବ୍ରତ ପାଳେ ।
ମୋତେ ପାଞ୍ଚ ବର୍ଷ ହେଲା ପରେ ମୋ ମା’ ଗାଁ ଚାଟଶାଳୀରେ ନାଁ ଲେଖାଇଥିଲା । ଦ୍ବିତୀୟ ଶ୍ରେଣୀରେ ପଢିଲା ବେଳେ ମୋ ମା’ ଛୋଟ ଛୋଟ ଚଟି ବହି ଆଣି ଦେଲା। କୋଇଲି ଗୋପିଭାଷା,ଶୋବ୍ଯାରାଣି ଶୋକ, ଲକ୍ଷ୍ମଣ ଶକ୍ତି ଭେଦ, ଭଜନ,ଜଣାଣ, ଲକ୍ଷ୍ମୀ ପୁରାଣ ଇତ୍ୟାଦି । ଗୀତ ବୋଲିବାର ଢଙ୍ଗ,ରାଗ ମୋ ମା’ ମତେ ଶିଖାଉ ଥାଏ । ମୁଁ ଖନେଇ ଖନେଇ
ଗାଏ ।ଆଗେ ଆଗେ ଯୁକ୍ତାକ୍ଷର ପଢ଼ିବା ବଡ଼ କଷ୍ଟ ହେଉଥିଲା।ମୋ ମା’ ମତେ ଆନୁମାନିକ ଯେଉଁ ଶବ୍ଦଟି କହୁଥିଲା, ତାହା ଠିକ ଥିଲା। ଧୀରେ ଧୀରେ ମୋର ଶବ୍ଦ ଜ୍ଞାନ ବୃଦ୍ଧି ପାଇଲା।ପରେ ପରେ ଭାଗବତ, ରାମାୟଣ, ହରିବଂଶ,ଶୈବପୁରାଣ,ପଦ୍ମପୁରାଣ,ଯମ ପୁରାଣ ଇତ୍ୟାଦି ପଠନରେ ଅଭ୍ୟସ୍ତ ହେଲି । ସନ୍ଧ୍ୟା ହେଲେ ବରଣ୍ତାରେ ବସି କିରୋସିନି ଦୀପ ଜାଳି ପୁରାଣ ପାଠ କରିବା ନିତି ଦିନିଆ କାମ । ପୁରାଣ ଶୁଣିବାକୁ ଆମ ଦାଣ୍ଡ ଦୁଆରେ ବୁଢ଼ା ବୁଢ଼ିଙ୍କ ଆଗମନ । ଯେଉଁ ଦିନ ପୁରାଣ ପଠନ କୌଣସି କାରଣରୁ ବନ୍ଦ ହୁଏ, ଲୋକମାନେ ନୈରାଶ୍ୟ ଫେରିଯାଆନ୍ତି।ମୋ ଜୀବନଟା ଶୈଶବ ରୁ ଏକ ଆଧ୍ୟାତ୍ମିକ ପରିବେଶରେ ବିତିଛି । ଜଗନ୍ନାଥଙ୍କୁ ଆରାଧ୍ୟ ଦେଵତା ବୋଲି ବିବେଚନା କରେ ।ଆମ ଗାଁ ରେ ରଥଯାତ୍ରା ହୁଏ। ମନ ଭରି ପପତିପାବନ ଠାକୁରଙ୍କୁ ଆରାଧନା କରେ।ମନର ଦୁଃଖ ଜଣାଏ ।ପ୍ରାୟ ସମୟରେ ଠାକୁର ସ୍ବପ୍ନ ରେ ଦର୍ଶନ ଦିଅନ୍ତି।ମୋ ସହ କଥାବାର୍ତ୍ତା ହୁଅନ୍ତି। ତାଙ୍କ ଦିବ୍ଯ ରୂପ ଦର୍ଶନ କରି କୁତାର୍ଥ ମଣେ । କୌଣସି ବିପଦ ଆପଦ ପଡ଼ିଲେ ଜଗନ୍ନାଥଙ୍କୁ ସ୍ମରଣ କରେ । ଜଗନ୍ନାଥଙ୍କ ଦୟାରୁ ଯେତେବେଳେ ବିପଦ ଆସେ ପ୍ରଭୁ କୃପାସିନ୍ଧୁଙ୍କ ଅପାର କରୁଣାରୁ ସ୍ମରଣ ମାତ୍ରକେ ସବୁ ବିପଦ ଖଣ୍ଡନ ହୋଇଯାଏ ।
ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୁଁ ତିନି ବର୍ଷ ଅର୍ଥାତ୍ (୧୯୮୭,୧୯୮୮,୧୯୮୯)ପୁରୀରେ ଥିଲି । ସବୁ ଦିନ ବଡ଼ ଦେଉଳେ ତିନି ଠାକୁରଙ୍କୁ ଦର୍ଶନ କରି ଆତ୍ମତୃପ୍ତି ପାଏ ।ପୁରୀ ରହଣୀ ସମୟରେ ବିପଦ ସମ୍ମୁଖୀନ ହୋଇଥିଲି, ତେବେ ଜଗନ୍ନାଥଙ୍କ କୃପାରୁ ବିପଦ ଟଳିଯାଇଥିଲା । ସେହିପରି ରାଉରକେଲା ଥିଲା ବେଳେ ବିପଦ ସମ୍ମୁଖୀନ ହୋଇଥିଲି, ଚକାଡୋଳାଙ୍କ ଦୟାରୁ ବିପଦ ଟଳିଗଲା । ତତ୍ ସହିତ ମୋ ବାପାଙ୍କର ଯେତେବେଳେ ବ୍ରହ୍ମପୁର ସିଟି ହସ୍ପିଟାଲରେ ପେଟରେ
ଅଲସର ହୋଇ ଅସ୍ତ୍ରୋପଚାର ହୋଇଥିଲା, ପ୍ରଭୁଙ୍କ କୃପାରୁ ମୋ ବାପା ସୁସ୍ଥ ହୋଇ ଘରକୁ ଫେରିଲେ।ଏଡ଼େ ବଡ଼ ବିପଦ ରୁ ଉଦ୍ଧାର କରି ଥିଲେ। ମୁଁ ତାଙ୍କୁ ଆଜି ପର୍ଯ୍ୟନ୍ତ ଭରସା କରିଛି। ତାଙ୍କ ଦୟାରୁ ଚାଲିଛି ମୋ ଟିକି ସଂସାର। ଗତ ୨୦୨୨ରେ ରଥ ଯାତ୍ରା ସମୟରେ ପୁରୀ ଯାଇ ଜଗନ୍ନାଥଙ୍କୁ ରଥରେ ଦର୍ଶନ କରି ଆସିଲି ।ଭାବ ବିନୋଦିଆ ଠାକୁର ।ବହୁ ବର୍ଷ ପରେ ମତେ ସ୍ବପ୍ନା ଦେଶ କଲେ ।ତୁ ମତେ ଭୁଲି ଗଲୁଣି।ମୋ ରଥ ଯାତ୍ରା କୁ ଆସେ । ମତେ ଦେଖା ଦେଏ । ମୁଁ ସକଳ କାମ ଛାଡି।ସକର ଜଞ୍ଜାଳ ଭୁଲି ।ଜଗାଙ୍କୁ ଦର୍ଶନ କଲି ।ମୋ ଆଖିରୁ ଆନନ୍ଦାଶ୍ରୁ ବିଗଳିତ ହୋଇଗଲା।ବହୁ ବର୍ଷ ମହା ମିଳନ । ମୁଁ ନିଜକୁ ଧନ୍ୟ ମନେ କଲି ।ଜଗା ମତେ ଡାକି ଲେ ।ସେ ଲୀଳାମୟ ଠାକୁର। ତାଙ୍କ ଲୀଳା କିଏ ବୁଝିବ ପାରେ ।ପୁରୀ ବେଳାଭୂମିରେ ବସି ସମୁଦ୍ରରେ ସୌନ୍ଦର୍ଯ୍ୟକୁ ଉପଲବ୍ଧ କଲି । ତାଙ୍କ କୃପାରୁ ମୁଁ ଜଣେ କବି ଲେଖକ ଓ ସାମ୍ବାଦିକ ଭାବେ କ୍ଷାତି ଅର୍ଜନ କରିପାରିଛି। ତାଙ୍କ କୃପାରୁ ବର୍ତ୍ତମାନ “ଦାରୁବ୍ରହ୍ମ” ନାମରେ ଭଜନ ପୁସ୍ତକ ପ୍ରକାଶ ଅପେକ୍ଷାରେ। ତାଙ୍କ କୃପାରୁ ମାଲକାନଗିରିରେ ରଥ ଯାତ୍ରା ସମୟରେ ମତେ ଜଗନ୍ନାଥ ସଂସ୍କୃତି ଉପରେ ଧାରାବିବରଣୀ ଦେବାର ସୁଯୋଗ ମିଳିବାରୁ ମୁଁ ନିଜକୁ ଧନ୍ୟ ମଣୁଛି। ତାଙ୍କ କୃପାରୁ ଆଜି ବିଭିନ୍ନ କ୍ଷେତ୍ରର ପାରଦର୍ଶିତା ଅର୍ଜନ କରି ବହୁ ମାନ ସମ୍ମାନର ଅଧିକାରୀ ହୋଇପାରିଛି ।ଗତ ଡିସେମ୍ବର ୧୩ ତାରିଖରେ ଗୋଦାବରୀ ଘାଟ ନିକଟସ୍ଥ ପର୍ଣ୍ଣଶାଲା ଯାଇଥିଲି। ଯେଉଁଠି ପତ୍ର କୁଡିଆ ରେ ମା’ଜାନକୀ ରହିଥିଲେ । ସ୍ବର୍ଣ୍ଣ ମୃଗକୁ ଧରିବା ପାଇଁ ପ୍ରଭୁ ଶ୍ରୀରାମଙ୍କ ସହ ଭାଇ ଲକ୍ଷ୍ମଣ ଗଲା ପରେ ରାବଣ ମାୟା ଯତି ବେଶ ହୋଇ ମା ସୀତାଙ୍କୁ ଅପହରଣ କରି ନେଇଥିଲେ। ସେହି ପୂଣ୍ୟ ସ୍ଥାନକୁ ଯିବା ପାଇଁ ବହୁ ଦିନରୁ ଆଶା ଅଭିଳାଷ ଥିଲା। କିନ୍ତୁ ଜଗନ୍ନାଥ ସ୍ବପ୍ନ ରେ କହିଲେ-“ତୁ ଆଶା ପୂରଣ ହେବ,ଅଳ୍ପ ଦିନ ପରେ ସେହି ସ୍ଥାନଟିକୁ ଯାଇ ଦର୍ଶନ କରିବୁ” । ସତରେ ମୋ ଆଶା ସାକାର ହେଲା।
।ଜୟ ଜଗନ୍ନାଥ।

(କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.