ତୁରନ୍ତ ଜମିକୁ ପାଣି ଛାଡିବା ଦାବିରେ କ୍ଷୁଦ୍ର ଜଳ ସେଚନ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ କୃଷକ ।

0 224

କୋଦଳା,୧୮/୧୦(ପିପିଟି):ବର୍ଷା ଅଭାବରୁ ଜମି ଗୁଡିକ ଫାଟି ଆଁ ହୋଇଯାଇଥିବା ବେଳେ କୋଦଳା ର ଏକମାତ୍ର ଭରସା ମାରୁଡି ଘାଇ ପାଣି ତୁରନ୍ତ ଛାଡିବା ଦାବିରେ ଶତାଧିକ କୃଷକ ବୁଧବାର କୋଦଳା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଘେରାଉ କରି, କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟ ଆରମ୍ଭ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଚଳିତ ବର୍ଷ ଲୁଚକାଳି ବର୍ଷାର ପ୍ରଭାବରେ ଚାଷ କାର୍ଯ୍ୟ ଆରମ୍ଭ ହେବା ସହିତ ବହୁ ବିଳମ୍ବରେ ଚାଷ କାର୍ଯ୍ୟ ଶେଷ ହୋଇଥିଲା ଓ ବହୁ ଜମି ପଡିଆ ପଡିଥିବାର ନଜିର ରହିଛି । ଧାନଗଛ କୁ ଖାଦ୍ୟ ମିଳିବା ସମୟରେ ବର୍ଷା ବନ୍ଦ ହୋଇଯାଇଥିବା ଯୋଗୁଁ ଜମି ଶୁଖିଲା ପଡି ଆଁ ହୋଇଯାଇଛି । ବର୍ଷା ଛଡା ଜମି ମାନଙ୍କ ବିକଳ୍ପ ଭାବେ ମରୁଡିଘାଇ ପାଣି ଉପରେ ସମସ୍ତଙ୍କ ନଜର । କିନ୍ତୁ ଦୁଃଖର କଥା ଘାଇ ରେ ପାଣିଥିବା ସତ୍ୱେ କ୍ଷୁଦ୍ର ଜଳସେଚନ ବିଭାଗ କର୍ମକର୍ତ୍ତାଙ୍କ ବେପରୁଆ ମନୋଭାବ ଯୋଗୁଁ ଆଜି ଜମିକୁ ପାଣି ଆସିପାରୁନାହିଁ । କେନାଲ ଗୁଡିକ ସଫା ହୋଇ ନଥିବାରୁ ପାଣି ଆସିବା କଷ୍ଟ ସାଧ୍ୟ ହୋଇଛି । ଏହାକୁ ନେଇ କୋଦଳା କୃଷକ ଗତ ୬ଦିନରୁ ଉର୍ଦ୍ଧ୍ଵ ହେବ କୋଦଳା ତହସିଲକୁ ଦରଖାସ୍ତ ଦେଇ ଅନୁମତି ପାଇଁ ଜଳ ସେଚନ ବିଭାଗ ଯନ୍ତ୍ରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ଫଳପ୍ରଦ ନ ହେବାରୁ ଆଜି ୧୦ ଘଣ୍ଟ ସମୟରୁ ଶତାଧିକ ଚାଷୀ କାର୍ଯ୍ୟାଳୟକୁ ଆସିବା ପରେ ସେଠାରେ ଯନ୍ତ୍ରୀଙ୍କ ଅନୁପସ୍ଥିତ ସେମାନଙ୍କୁ ବ୍ୟଥିତ କରିଥିଲା, ସେଠାରେ ଥିବା ପିଅନ ଯନ୍ତ୍ରୀଙ୍କୁ ଫୋନ ଲଗାଇବା ପରେ ଯନ୍ତ୍ରୀ କହିଲେ ନିର୍ବାହୀ ଯନ୍ତ୍ରୀକୁ ଟିକେ ଫୋନ ଲଗାଇବାକୁ କହିଦିଅ, ନିର୍ବାହୀ ଯନ୍ତ୍ରୀ ଫୋନ ରିସିଭ ନ କରିବାରୁ କୃଷକ ମାନେ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟରେ ଦୁଇ ଘଣ୍ଟା ମଧ୍ୟରେ ପହଞ୍ଚିବାକୁ କହବା ସହିତ ଅନ୍ୟଥା ହେଲେ କାର୍ଯ୍ୟାଳୟରେ ଚାବି ମାରିବାକୁ କହିଥିଲେ । ଦୀର୍ଘ ୪ ଘଣ୍ଟା ଅପେକ୍ଷା ପରେ କାର୍ଯ୍ୟାଳୟରେ ଚାବି ପକାଇଦେଇଥିଲେ କୃଷକ । କିଛି ସମୟ ପରେ କନିଷ୍ଠ ଯନ୍ତ୍ରୀ ଗଙ୍ଗାରାମ ଟୁଡୁ ପହଞ୍ଚିବା ପରେ ଉତକ୍ଷିପ୍ତ କୃଷକ କାର୍ଯ୍ୟାଳୟକୁ ନଛାଡି ଘେରାଉ କରିଥିଲେ ଏବଂ ବର୍ତ୍ତମାନ କେନାଲ ସଫାକରୀ ରାତିକ ମଧ୍ୟରେ ପାଣି ଛାଡିବା ପ୍ରକ୍ରିୟା ଆରମ୍ଭ କରିବାକୁ ଜିଦ ଧରିବା ପରେ ଯନ୍ତ୍ରୀ ବିଭାଗୀୟ ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରି କିଛି କୃଷକଙ୍କ ସହିତ କେନାଲ ନିକଟକୁ ଯାଇ ତୁରନ୍ତ ଏକ ଜେସିବି ମେସିନ ଡକାଇ ପାଣି ଛାଡିବା ପ୍ରକ୍ରିୟା ଆରମ୍ଭ କରିବାରୁ କାର୍ଯ୍ୟାଳୟରେ ଧାରଣାରେ ବସିଥିବା କୃଷକ ସେଠାରୁ ଉଠି ଫେରିଥିଲେ । ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ କୃଷକ ମାନେ ନାପସନ୍ଦ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.