ପୋଲସରା,୦୫୵୧୦(ପିପିଟି):ସାରା ରାଜ୍ୟରେ ପ୍ରତି ବର୍ଷ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ବନ୍ୟପ୍ରାଣୀ ସୁରକ୍ଷା ଏବଂ ଜଙ୍ଗଲ ସୁରକ୍ଷା ନେଇ ପ୍ରତ୍ୟେକ ଜଙ୍ଗଲାଞ୍ଚଳ ବାସୀଙ୍କୁ ସଚେତନତା କରାଇ ଆସୁଥିବା ବେଳେ ଏହିବର୍ଷ ମଧ୍ୟ ଗଞ୍ଜାମ ଜ଼ିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ବlବଧାନରେ ଆଜିଠାରୁ ଏକ ସପ୍ତାହବ୍ୟାପୀ ବନ୍ୟପ୍ରାଣୀ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଗଞ୍ଜାମ ଜ଼ିଲ୍ଲାର ଲୋକକଳା ଦାସକାଠି ଦ୍ୱାରା କଳା ପ୍ରଦର୍ଶନ କରି ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ଜଙ୍ଗଲର ସୁରକ୍ଷା ନିମନ୍ତେ ସଚେତନତା କରି ବହୁତ ଶିକ୍ଷଣୀୟ ବାର୍ତ୍ତା ପୁରପଲ୍ଲୀ ତଥା ବନାଞ୍ଚଳବାସୀଙ୍କୁ ବୁଝାଇଥିଲେ । ବୁଗୁଡ଼ା ବନାଞ୍ଚଳ ଅଧୀନରେ ମୋଟ ୨୩ ଗୋଟି ବନ ସଂରକ୍ଷଣ ସମିତି ରହିଥିବା ବେଳେ ଏହି ସପ୍ତାହକ ମଧ୍ୟରେ ସମସ୍ତ ଗ୍ରାମକୁ ଯାଇ ଏହି ସଚେତନତା ବାର୍ତ୍ତା ପହଞ୍ଚାଇବେ ବୋଲି ବନାଞ୍ଚଳ ଅଧିକାରୀଙ୍କ ଠାରୁ ପ୍ରକାଶ । ଏହି ପରିପେକ୍ଷୀରେ ଜଗାଵଳିଆ ଦାସକାଠି ଗାୟକ ସଂଘର କଳାକାରମାନେ ଦାସକାଠି ନୃତ୍ୟ ପରିବେଷଣ କରିଥିଲେ । ଫରେଷ୍ଟର ସୁରେଶ କୁମାର ସରାଫ, ପ୍ରକୃତି ପ୍ରେମୀ ତ୍ରିଲୋଚନ ପଣ୍ଡା, ସ୍ଥାନୀୟ ବନ ସଂରକ୍ଷଣ ସମିତି କର୍ମକର୍ତ୍ତା ଓ ବନବିଭାଗର କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରିଥିବା ବେଳେ ଗ୍ରାମର ସମସ୍ତ ଜନସାଧାରଣ ଉପସ୍ଥିତ ରହିଥିଲେ ।
ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା