ଆମ ପୋଲିସ ସମିତି ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ।

0 76

କୋଦଳା,୦୩/୧୦(ପିପିଟି):ମଙ୍ଗଳବାର ଗଞ୍ଜାମ ଜିଲ୍ଲା କୋଦଳା ଥାନା ପରିସରରେ ଆମ ପୋଲିସ ପକ୍ଷରୁ କୋଦଳା ଥାନା ଅଧିକାରୀ ଉମା କାନ୍ତ ସାହୁଙ୍କ ତତ୍ୱାବଧାନରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ଉଦଘାଟନ କରିଥିଲେ । କଞ୍ଚଣା ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ସ୍କାଉଟ ଓ ଜୁନିଅର ରେଡକ୍ରସର ଛାତ୍ର ଛାତ୍ରୀ ମାନେ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ। ରକ୍ତ ଅଭାବରୁ କୌଣସି ଲୋକର ଜୀବନ ଯେମିତି ଚାଲି ନଯିବ ସେ ଦିଗରେ ଯତ୍ନବାନ ରହିବାକୁ ପରାମର୍ଶ ଦେବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରି ରକ୍ତ ଅଭାବ ଜନିତ ମୃତ୍ୟୁକୁ ରୋକିବା ସହ ସମାଜରେ ରକ୍ତଦାନ କରି ଏକ ସୁସ୍ଥ ପରମ୍ପରା ସୃଷ୍ଟି ପାଇଁ ସମସ୍ତେ ଆଗକୁ ବଢ଼ିବାକୁ ଥାନା ଅଧିକାରୀ ଉମାକାନ୍ତ ସାହୁ ଆହ୍ବାନ ଦେଇଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାର କର୍ମକର୍ତ୍ତା ରକ୍ତ ସଂଗ୍ରହ କରିଥିବା ବେଳେ କୋଦଳା ପୋଲିସ କର୍ମଚାରୀ ସମେତ କଞ୍ଚଣା ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ସ୍କାଉଟ ଓ ଜୁନିଅର ରେଡ଼କ୍ରସ ଛାତ୍ର ଛାତ୍ରୀ ସମ୍ପୂର୍ଣ ସହଯୋଗ କରିଥିଲେ । ପ୍ରଥମ ଥର ପାଇଁ ଥାନା ପରିସର ରେ ଏତେବଡ ରକ୍ତଦାନ ଶିବିରର ଆୟୋଜନ ହୋଇପାରିଥିବାରୁ ଆୟୋଜକ ଥାନା ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ । ଉକ୍ତ ଶିବିରରେ ୧୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.