ପୋଲସରା,୦୨୵୧୦ (ପିପିଟି):ପୋଲସରା ବ୍ଲକ ର କଳମ୍ବ ଗ୍ରାମ ରେ ଥିବା ପାଟଣା ପୋଖରୀ ରେ ଆଜି ଭକ୍ତିଭୂଷଣ ସାହୁ ନାମକ (୩୨) ଯୁବକ ପୋଖରୀ ରେ ଗାଧୋଉଥିବା ସମୟରେ ବୁଡି ଯାଇ ପ୍ରଣାହରାଇ ଥିବା ଜଣା ପଡିଛି । ମିଳିଥିବା ତଥ୍ୟ ପ୍ରକାରେ ଉକ୍ତ ଯୁବକ ଗାଧୋଇବା ବେଳେ ଭରସାମ୍ୟ ହରାଇ ପାଣି ରେ ବୁଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ଗ୍ରାମଗ୍ରାମବାସୀ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ଵାରା ପୋଲସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତଙ୍କ ଦୁଇ ଗୋଟି ପୁଅ ଏବଂ ସ୍ତ୍ରୀ ଅଛନ୍ତି । ଆର୍ଥିକ ଦୃଷ୍ଟିରୁ ଦ୍ରୁବଳ ଥିବା ଯୋଗୁଁ ଗ୍ରାମବାସୀ ସମସ୍ତ ପ୍ରକାର ସରକାରୀ ସହାୟତା ପାଇଁ ଦାବୀ କରିଛନ୍ତି ।
ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା