କୋଦଳାରେ ବିଜେଡି ର ଜନସମ୍ପର୍କ ପଦ ଯାତ୍ରା ।

0 320

କୋଦଳା,୦୨/୧୦(ପିପିଟି):ଡିସେମ୍ବର 26 ବିଜୁ ଜନତା ଦଳକୁ ୨୬ ପୁରି ୨୭ ଚାଲିବ! ୨୭ ବର୍ଷ ପ୍ରତିଷ୍ଠା ଦିବସକୁ ଲକ୍ଷ ରଖି ଜନ ସମ୍ପର୍କ ପଦଯାତ୍ରା ସହିତ ପ୍ରଶିକ୍ଷଣ ଶିବିର ମାନ ଆୟୋଜିତ ହେବ । ରାଜ୍ୟର ପ୍ରତ୍ୟେକ ପରିବାର ପାଖରେ ପହଞ୍ଚିବ ବିଜୁ ଜନତା ଦଳ । ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ । ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ପଦଯାତ୍ରା ଭଳି ଏକ ବଡ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡି । ଏହି ଅବସର ରେ ଆଜି କୋଦଳା ଏନ୍ଏସି ରେ ବିଧାୟିକାଙ୍କ ନେତୃତ୍ୱରେ ଏକ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୱାର୍ଡ ନଂ ୩ ଖରୁଡ଼ା ନୁଆଁ ସାହି ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପୁଷ୍ପ ମାଲ୍ୟ ଅର୍ପଣ କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରି ଏନ୍ଏସି ର ପ୍ରତ୍ୟେକ ୱାର୍ଡ ବୁଲି ସରକାରଙ୍କ ଜନାଭିମୁଖି ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତା କରାଇ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଏନ୍ଏସି ବଜାର ଗୃହ ନିକଟରେ ଏକ ପଥପ୍ରାନ୍ତ ସଭା କରାଯାଇ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ଓ ସରକାରଙ୍କ ଯୋଜନା ତଥା ନଵୀନ ବାବୁଙ୍କ ଭାବମୂର୍ତ୍ତି ଓ ବିଶ୍ୱ ସ୍ତରରେ ଓଡିଶାର ସଫଳତା ଉପରେ ଆଲୋଚନା କରାଯାଇଥିଲା। ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମେତ,ରାଜ୍ଯ ସାଧାରଣ ସମ୍ପାଦିକା ଗଜଲକ୍ଷ୍ମୀ ପଣ୍ଡା, ବରିଷ୍ଠ ନେତା ରଞ୍ଜନ ପଲାଇ,ଯୁବ ବିଜେଡି ସଭାପତି ସୁଦାମ ମହାନ୍ତି, କାଉନସିଲର ସିମାଞ୍ଚଳ ଖଟେଇ, ଭଗବାନ ପାଢ଼ୀ, ମନୋରଞ୍ଜନ ଡାକୁଆ, ଜିତେନ୍ଦ୍ର ପ୍ରଧାନ, ସୁନିତା କାର୍ଜି, ୱାର୍ଡ ନଂ ୨,୩,୮,୧୨,୧୩ କାଉନସିଲର ପ୍ରତିନିଧି,ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ପାଢ଼ୀ, ମଧୁମିତା ସାହୁ, ବେଗୁନିଆପଡା ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଦୁର୍ଯ୍ୟୋଧନ ଗୌଡ଼,ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ, ସମସ୍ତ ସରପଞ୍ଚ, ସମିତି ସଭ୍ୟ,ଆସିକା ସମବାୟ ବ୍ୟାଙ୍କ ନିର୍ଦେଶକ ହୃଷିକେଶ ମେହେଣାଙ୍କ ସମେତ ଶିକ୍ଷାବିତ୍, ସମାଜ ସେବି, ବରିଷ୍ଠ ନାଗରିକ, ମହିଳା ସଙ୍ଘ ମା ଓ ଅନେକ ବିଜେଡି କର୍ମୀ ଯୋଗଦେଇ ଥିଲେ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.