ଫୁଲବାଣୀକୁ ୩-୦ଗୋଲ ରେ ହରାଇ ସାରଙ୍ଗଗଡ଼ ଚମିୟାନ ।

0 13

ଭଞ୍ଜନଗର, ୦୧/୧୦(ପିପିଟି):ଜାତୀୟସ୍ତରର କ୍ରୀଡାବିତ୍ ଭେଟରାନ୍ ଫୁଟବଲର ସ୍ବର୍ଗତ ଏ. ଗୁରୁବାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।  ଉପେନ୍ଦ୍ର ଭଞ୍ଜ ଖେଳ ପଡିଆରେ ଅନୁଷ୍ଠିତ ଏହି ମ୍ୟାଚ୍ ରେ ପ୍ରାଥମେ ସାରଙ୍ଗଗଡ ମା’ ପାଟଖଣ୍ଡ ଫୁଟବଲ୍ କ୍ଳବ ଏବଂ ଭଞ୍ଜନଗର ମରାଠୀ ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ପେନାଲ୍ଟି ସୁଟ୍ ରେ ସାରଙ୍ଗଗଡ ବିଜୟୀ ହୋଇଥିଲା। ସେହିପରି ଦ୍ବିତୀୟ ମ୍ୟାଚ୍ ଫୁଲବାଣୀ ଫୁଟବଲ୍ କ୍ଳବ୍ ଏବଂ ଆକ୍ରମଣ ଭଞ୍ଜନଗର ମର୍ଣ୍ଣିଙ୍ଗ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ପେନାଲ୍ଟି ସୁଟ୍ ରେ ଫୁଲବାଣୀ ବିଜୟୀ ହୋଇଥିଲା।ସାରଙ୍ଗଗଡ ଦଳ ଏବଂ ଫୁଲବାଣୀ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଫୁଲବାଣୀକୁ ୩-୦ରେ ଗୋଲରେ ହରାଇ ସାରଙ୍ଗଗଡ ବିଜୟୀ ହୋଇଛି।ଏହି ମ୍ୟାଚ୍ ରେ ସାରଙ୍ଗଗଡ ଟିମ୍ ର ଦିପକ କୋଠଦଳେଇ ମ୍ୟାନ୍ ଅଫ୍ଦି ଟୁର୍ଣ୍ଣାମେଣ୍ଟ୍ ଘୋଷିତ ହୋଇଥିବା ବେଳେ ସୁନୀଲ କୁମାର ବେଷ୍ଟ ଗୋଲର ଭାବେ ପୁରସ୍କୃତ ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର ଯୋଗଦେଇ ଟ୍ରଫି ଓ ପରୁସ୍କାର ରାଶି ପ୍ରଦାନ କରିଥିଲେ। ଅତିଥି ଭାବେ ବର୍ଷିୟାନ କ୍ରୀଡାବିତ୍ ପି.ଆନନ୍ଦ ରାଓ,ମୋଚିରାମ ରଣସିଂ,ପି.କାର୍ତ୍ତିକ ରାଓ ପ୍ରମୁଖ ଯୋଗ ଦେଇଥିବା ବେଳେ ନରେଶ ଫୁଟବଲ୍ କ୍ଳବ୍ର ଏ. ବିଷ୍ଣୁ,ଏ. କ୍ରୀଷ୍ଣା,ସଦାଶିବ ପ୍ରଧାନ,କେ. ଇଶ୍ବର ରାଓ ଆଚାରୀ,ଏ. ଝୁଲା,ଶରତ ଚନ୍ଦ୍ର ମହାନ୍ତିଙ୍କ ସମେତ ବହୁ କ୍ରୀଡାବିତ ପରିଚାଳନା କରିଥିଲେ।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.