୫୧ କୁଣ୍ଡିୟ ବୈଦିକ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ  ।

0 49

ଭଞ୍ଜନଗର, ୦୧/୧୦(ପିପିଟି):ଭଞ୍ଜନଗର ଚକାଡୋଳା ରିସୋର୍ଟ ପରିସରରେ ଆଜି ମହର୍ଷି ଦୟାନନ୍ଦ ସରସ୍ଵତୀଙ୍କ ଜନ୍ମ ଦ୍ବି ଶତବାର୍ଷିକୀ ଉପଲକ୍ଷେ ୫୧କୁଣ୍ଡିୟ ବୈଦିକ ଯଜ୍ଞ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୁତିନ୍ୟାସର ଅଧ୍ୟକ୍ଷ ସ୍ଵାମୀ ସୁଧାନନ୍ଦ ସରସ୍ଵତୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ ଯଜ୍ଞର ଆବଶ୍ୟକତା ସମ୍ପର୍କରେ କହିବା ସହ ଜ୍ଞାନ ମାର୍ଗରେ ଚାଲି ଉତ୍ତମ ଚରିତ୍ର ଗଠନ କରିବା ପାଇଁ  ଉପସ୍ଥିତ ଛାତ୍ର ଛାତ୍ରୀ ଏବଂ ଅନ୍ୟମାନଙ୍କୁ  ଆହ୍ଵାନ କରିଥିଲେ। ଏନ୍ ଏ ସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଘୁମୁସର ଆବାସିକ ମହାବିଦ୍ୟାଳୟର ସଭାପତି ଅମରନାଥ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଶାନ୍ତ ମହାନ୍ତି ସଭାକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରାଧ୍ୟାପିକା ଆରତି ବାଳା ପ୍ରଧାନ, ବୁବୁଲି ମହାନ୍ତି, ଟୁନା ଜେନା, ସୀମାଞ୍ଚଳ ପଟ୍ଟନାୟକ, ଶତ୍ରୁଘ୍ନ ଦାସ ପ୍ରମୁଖ ସହଯୋଗ କରିଥିଲେ।  ବେଦ ପ୍ରଚାର ସମିତି ଭଞ୍ଜନଗର ଶାଖା ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.