୧୦ଜୁଆଡ଼ି ଗିରଫ, ଟଙ୍କା ଓ ମୋବାଇଲ ଫୋନ ଜବତ ।

0 107

ଭଞ୍ଜନଗର,୦୭/୦୯(ପିପିଟି):ଭଞ୍ଜନଗର ଥାନା ଅଧୀନ ବେଲଗୁଣ୍ଠା ରୋଡ଼ ଏବଂ କୁଲାଡ଼ ଠାରେ ଚାଲିଥିବା ଦୁଇଟି ଜୁଆ ଆଡ୍ଡାରେ ଚଢଉ କରି ପୁଲିସ ୧୦ ଜଣ ଜୁଆଡିକୁ କାବୁ କରିବା ସହ ସେମାନଙ୍କ ଠାରୁ ମୋଟ ୩୯ ହଜାର ୩୯୦ ଟଙ୍କା ଓ ୪ ଟି ମୋବାଇଲ ଫୋନ୍ ଜବତ କରିଥିବା ସୂଚନା ମିଳିଛି। ବେଲଗୁଣ୍ଠା ରୋଡ଼ରେ ଘର ଭିତରେ ଜୁଆ ଖେଳ ଚାଲିଥିବା ବେଳେ କୁଲାଡ଼ କଲ୍ୟାଣ ମଣ୍ଡପରେ ଜୁଆ ଖେଳ ଚାଲିଥିଲା।ଏସମ୍ପର୍କରେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଭଞ୍ଜନଗର ଭାରପ୍ରାପ୍ତ ଥାନା ଅଧିକାରୀ କେଶବ ଷଢଙ୍ଗୀଙ୍କ ନେତୃତ୍ବରେ ପୁଲିସ୍‌ ଚଢଉ କରି ଜୁଆଡି ମାନଙ୍କୁ କାବୁ କରିଥିବା ଶ୍ରୀ ଷଢଙ୍ଗୀ ସୂଚନା ଦେଇଛନ୍ତି। ଏନେଇ ଦୁଇଟି ପୃଥକ ମାମଲା ଭଞ୍ଜନଗର ଥାନାରେ ୮୦୦ ଓ ୮୦୧/୨୩ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ଜେ କେ ପଟ୍ଟନାୟକ

Leave A Reply

Your email address will not be published.