୫ ଟି ସଚିବ ଙ୍କୁ କଳା ପତାକା ପ୍ରଦର୍ଶନ ଉଦ୍ୟମ , ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ।

0 362

ପୋଲସରା ,୨୭୵୦୮(ପିପିଟି): ମୂଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚୀବ ଭି କେ ପାଣ୍ଡିଆନ ତିନି ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ଆଜି ପୋଲସରା ଆସିଥିଲେ। ପାଣ୍ଡିଆନ ହେଲିକପ୍ଟର ରେ ଆସି ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ଏଠାରେ ପହଞ୍ଚିଥିଲେ। ଶ୍ରୀ ପାଣ୍ଡିଆନ ଲୁଣିଘାଟି ପଡ଼ିଆ ରେ ଆୟୋଜିତ ମଞ୍ଚରେ ପହଞ୍ଚିବା ପରେ ବିଜେଡି ର କର୍ମୀ ମାନେ ବିପୁଳ ସ୍ୱାଗତ କରିଥିଲେ। ପାଣ୍ଡିଆନ ଏହି ଅବସରରେ ଦୀର୍ଘ ବର୍ଷ ହେଲା ପୋଲସରା ସହର ରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ର ସମାଧାନ ଦୁଇ ଦିନ ମଧ୍ୟରେ ହେବ ବୋଲି ଘୋଷଣା କରିଥିଲେ। ଏଥି ସହିତ ଯେ କୌଣସି ଅଭିଯୋଗ ଆସିଲେ ମଧ୍ୟ ସମାଧାନ ର ବାଟ ଦୁଇ ଦିନ ରେ କରାଯିବ ବୋଲି ଘୋଷଣା କରିଥିଲେ। ଏହା ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ , ମହିଳା ମହାବିଦ୍ୟାଳୟ ଓ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ଜନତା ମହାବିଦ୍ୟାଳୟ କୁ ୫ ଟି ଅନ୍ତର୍ଭୁକ୍ତ କରା ଯାଇଥିବା ଘୋଷଣା କରିଥିଲେ। ପାଣ୍ଡିଆନ ଙ୍କ ଗସ୍ତ କୁ ସଫଳ କରିବା ପାଇଁ ପ୍ରଶାସନିକ ଅଧିକାରୀ ଗତ ପ୍ରାୟ ଏକ ସପ୍ତାହ ହେଲା ପ୍ରାଣପଣେ ଉଦ୍ୟମ କରିଥିଲେ। ତେବେ ପାଣ୍ଡିଆନ ଙ୍କ ଏହି ଗସ୍ତକୁ ବିରୋଧ କରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜେପି କାର୍ଯ୍ୟାଳୟ ରୁ ବିଜେପି ନେତା ଓ କର୍ମୀ ମାନେ କଳାପତାକା ସହିତ ଏକ ଶୋଭାଯାତ୍ରାରେ ବାହାରି ପାଣ୍ଡିଆନ ଗୋ ବେକ୍ ଓ ମା ଭଉଣୀ ଙ୍କ ଇଜ୍ଜତ ଲୁଟୁଥିବା ବିଧାୟକ ମୁର୍ଦ୍ଦାବାଦ ପ୍ରଭୃତି ସ୍ଳୋଗାନ ଦେଇ ପାଣ୍ଡିଆନ ଶଭାସ୍ଥଳ ଯିବା ପାଇଁ ଉଦ୍ୟମ କରିଥିଲେ। ଫଳରେ ଲୁଣିଘାଟି ଠାରେ ମୁତୟନ ସୋଇଥିବା ପୋଲିସ କର୍ମଚାରୀ ମାନେ ବଡ କଷ୍ଟରେ ଶୋଭାଯାତ୍ରା କୁ ଅଟକାଇବା ପାଇଁ ସଫଳ ହୋଇଥିଲେ ମଧ୍ୟ ରାସ୍ତା ଉଭୟ ବିଜେଡି ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଉଭୟ ଦଳର କର୍ମୀ ମୁଥ ମରାମରି ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଏକ ପ୍ରକାର ନିଷ୍କ୍ରିୟ ଅବସ୍ଥାରେ ଥିବା ବିଜେପି ଦଳର ନେତା ଓ କର୍ମୀ ଆଜି ର ଘଟଣା ପରେ ହଠାତ୍ ସକ୍ରିୟ ହୋଇ ପଡିଥିବା ଲକ୍ଷ କରା ଯାଇଛି। ଏହି ଅବସରରେ ସ୍ଥାନୀୟ ନାଗରିକ ମଞ୍ଚ ପକ୍ଷରୁ ପୋଲସରା ଅଞ୍ଚଳ ର ବିକାଶ ପାଇଁ ୧୮ ଦଫା ସମ୍ବଳିତ ଏକ ଦାବିପତ୍ର ପାଣ୍ଡିଆନ ଙ୍କୁ ପ୍ରଦାନ କରାଯାଇଥିଲା।

ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.