କ୍ଷୀରି କୋଳି ର ଔଷଧିୟ ଗୁଣ ।

0 280

ବୋଲଗଡ଼,୨୪/୦୮(ପିପିଟି): କ୍ଷୀରି କୋଳି ଗଛ ପ୍ରାୟତଃ ଆମ ରାଜ୍ୟର ପ୍ରତ୍ୟେକ ଅଞ୍ଚଳର ଜଙ୍ଗଲରେ ଦେଖାଯାଏ। ଏହି ଗଛ ବୁଦାଯାତିୟ ଓ କଣ୍ଟାଯୁକ୍ତ ହୋଇ ଥାଏ। ଏହାର ଉଚ୍ଚତା ତିନିଫୁଟୁ ପର୍ଯ୍ୟନ୍ତ ବଢ଼ିଥାଏ। ଏହାଏକ ମୂଲ୍ୟବାନ ଗଛ ଓ ତାର ଫଳ ମୁଲ୍ୟ ବାନହୋଇଥାଏ।ଏହାର ଫଳ ବା କୋଳି ସମସ୍ତେ ଅଳ୍ପବହୁତ ଖାଇଥିବେ। ଏହି କ୍ଷୀରି କୋଳି ର ୱୌସଧିୟ ଗୁଣ ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଅନେକ ବର୍ଣ୍ଣନା କରାଯାଇଛି।ତତ୍ ସହିତ ଅନେକ ଗଣମାଧ୍ୟମ ପ୍ରକାସ ପାଇଥିବା ଚିକିତ୍ସାବିଜ୍ଞାନିଙ୍କ ମତରେ କ୍ଷୀରକୋଳି ଓ ତାର ପତ୍ରରେ ଅନେକ ଅସାଧ୍ୟରୋଗର ପ୍ରତିରୋଧ କରିବା ର ଶକ୍ତି ରହିଛି। ଯାହାକି ଏହାର ଲାଭ ବିଷୟରେ ଜାଣିନାହୁଁ।ଏହି କ୍ଷୀରିକୋଳି ଓ ପତ୍ରରେ ଫାଇବର,ମାଗ୍ନେସିୟମ ସହିତ କରାମାଡାରେ ଭିଟାମିନ, ଟ୍ରାଇପଟୋଫାନ, ଆଣ୍ଟିଇନ-ଫ୍ଳାମେଟୋରି, ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିବ୍ୟାକ୍ଟ୍ରିୟାଲ ଗୁଣ ରହିଛି। ଯାହାକି ରକ୍ତ ହୀନତା, ହଜମପ୍ରକ୍ରିୟା, ମାନସିକ ସ୍ଵାସ୍ଥ୍ୟ, ସମସ୍ତ ପ୍ରଦାହ ସହିତ ସାଧ୍ୟ ଓ ଅସାଧ୍ୟ ସମସ୍ୟା ରୁ ମୁକ୍ତି ଦେଇଥାଏ।ମୋଟା ମୋଟି କହିବାକୁ ଗଲେ ଏହାର ପତ୍ର ଓ ଫଳ ଅସାଧ୍ୟ ମାରାତ୍ମକ ରୋଗ କୁ ରୋକିବାରେ ସାହାଯ୍ୟ କରେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.