ଖେଳ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

0 221

ଉଲୁଣ୍ଡା ,୦୧/୦୭(ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ସରକାରୀ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।‌ ବିଦ୍ୟାଳୟର ଖେଳ ଶିକ୍ଷକ ବ୍ରଜ ଗୋପାଳ ମହାପାତ୍ର ତାଙ୍କର ଚାକିରି କାଳ ଶେଷ ହେବାରୁ ତାଙ୍କୁ ସ୍କୁଲ ପରିସରରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉତ୍ସବରେ ପୂର୍ବତନ ଜିଲା କ୍ରିଡ଼ା ନିରିକ୍ଷକ ଦୁର୍ଯୋଧନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବୀରମହାରାଜପୁର ଉଚ୍ଚ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ବୈଦ୍ୟନାଥ କର୍ଣ୍ଣ, ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ, ଖଣ୍ଡହତା ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଖୁଜ ପଧାନ ଓ ରତ୍ନାକର ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।‌ ଉକ୍ତ ଉତ୍ସବରେ ଶ୍ରୀ ମହାପାତ୍ର ଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ସମୟନୁ ବର୍ତ୍ତିତା, କର୍ତ୍ତବ୍ୟନିଷ୍ଠାତା ଉପରେ ଅତିଥି ଗଣ ଆଲୋକପାତ କରି ଭୂୟସୀ ପ୍ରଶଂସା କରିଥିଲେ।‌ ଅନ୍ୟମାନଙ୍କ ମଧ୍ୟରେ ଜଟେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ତ୍ରୀପୁରାରୀ ରଥ, ପୂର୍ବତନ ଛାତ୍ର ପ୍ରମୋଦ କୁମାର ପଣ୍ଡା, ରାଧେଶ୍ୟାମ ମିଶ୍ର, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.