ପୋଲସରାରେ ନବ ଭାରତ ସାକ୍ଷରତା “ଉଲ୍ଲାସ” ପରୀକ୍ଷା ।

0 27

ପୋଲସରା ,୨୫/୦୯(ପିପିଟି) :ପୋଲସରା ବ୍ଲକ ସ୍ତରୀୟ ଉଲ୍ଲାସ ନବ ଭାରତ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ଅନ୍ତର୍ଗତ ମୋଟ ୧୧ ଗୋଟି କ୍ଲଷ୍ଟର ସ୍ଥିତ ୧୦୫ ଗୋଟି ବିଭିନ୍ନ ସରକାରୀ ଶିକ୍ଷା କେନ୍ଦ୍ରରେ ୧୫ ବର୍ଷରୁ
୭୦ ବର୍ଷ ପର୍ଯ୍ୟନ୍ତ ବାଳକ, ବାଳିକାଙ୍କୁ ମିଶାଇ ୨୦୬୦ ଜଣ ପୁରୁଷ ଓ ୨୮୭୨ ଜଣ ମହିଳା ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ସାଧାରଣ ବର୍ଗ ଓ ଓବିଶିକୁ ମିଶାଇ ୩୨୦୭ ଜଣ, ଏସସି ୧୩୬୭, ଏସଟି ୩୫୭ ଜଣ ଓ ଜଣେ ଦିବ୍ୟାଙ୍ଗ ପୁରୁଷ ମୋଟ ୪୯୩୨ ଜଣ ଅନ୍ତର୍ଭୁକ୍ତ ଥିଲେ। ସୂଚନା ଯୋଗ୍ୟ ଯେ, ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରେ ପୋଲସରା ବ୍ଲକର ୧୩୦୦୦ ଜଣ ନିରକ୍ଷରଙ୍କୁ ସାକ୍ଷରତା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ ଏହି ଅତି ମହତ୍ବାକା°କ୍ଷୀ ପ୍ରଥମ ପର୍ଯ୍ୟାୟ ପରୀକ୍ଷାଟି ଚଳିତ ମାସ ୨୦ ତାରିଖ ରବିବାର ଦିନ ସଫଳତାର ସହିତ ସମାପ୍ତ ହୋଇଯାଇଛି। ଏଥିରେ ପରୀକ୍ଷା କେନ୍ଦ୍ର ଗୁଡ଼ିକର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ ଏହି ପରୀକ୍ଷା ଆସନ୍ତା ୨୦୨୭ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ ବୋଲି ପରିଚାଳନା ମୁଖ୍ୟ ଏବିଇଓ ଭାଗୀରଥି ପାତ୍ରଙ୍କ ଠାରୁ ଜଣାପଡିଛି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.