ଘନ ଘନ ବିଜୁଳି ବିଭ୍ରାଟ ବିରୋଧରେ ସିପିଆଇ (ଏମ୍) ର ଗଣ ବିକ୍ଷୋଭ।

0 221

ରଣପୁର, ୦୧/୦୭(ପିପିଟି):ରଣପୁର ତଥା ରାଜ୍ୟରେ ଦେଖା ଦେଇଥିବା ଅଘୋଷିତ ବିଜୁଳି କାଟ ଓ ବିଜୁଳି ବିଭ୍ରାଟ ପ୍ରତିବାଦରେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ ) ସିପିଆଇ (ଏମ୍) ଆଞ୍ଚଳିକ କମିଟି ତରଫରୁ ଘୋର ପ୍ରତିବାଦ କରି ଏକ ପଥ ପ୍ରାନ୍ତ ସଭା ରଣପୁର ପଞ୍ଚୁ ଦୋଳ ପଡ଼ିଆଠାରେ ସାଥୀ ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ତା’ ପରେ ମଙ୍ଗରାଜ ପୁରର ନଡ଼ିଆ ଭଙ୍ଗା ଠାରେ ଥିବା ଟାଟା ପାୱାର ର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପାର୍ଟି ତରଫରୁ ୮ ଦଫା ଦାବୀ ଉପରେ ଗଣବିକ୍ଷୋଭ ସଙ୍ଗଠିତ ହୋଇଥିଲା ।ଏହି ଗଣବିକ୍ଷୋଭ ସଭାରେ ବକ୍ତା ମାନେ ରାଜ୍ୟର ନବୀନ ସରକାରଙ୍କ ବିଦ୍ୟୁତ ସେବାର ଘରୋଇକରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ ।ଘରୋଇ କମ୍ପାନୀ ଟାଟା ପାୱାର ର ଘନ ଘନ ବିଜୁଳି କାଟ , ବିଜୁଳି ବିଭ୍ରାଟ ,ୟୁନିଟ ପିଛା ଆକାଶ ଛୁଆ ଦରବୃଦ୍ଧି ଓ ଲୋ ଭୋଲ୍ଟେଜ ଯୋଗୁଁ ବିଦ୍ୟୁତ ଉପଭୋକ୍ତା ମାନେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନାହିଁ ନ ଥିବା ହଇରାଣ ହେଉଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ।ଏକ ନମ୍ବର ବୋଲାଉ ଥିବା ରାଜ୍ୟ ସରକାର କମ୍ପାନୀ ପ୍ରୀତି ଦେଖାଇ ପ୍ରାୟ ୩୨୫୬ କୋଟି ଟଙ୍କା କମ୍ପାନୀ ମାନଙ୍କୁ ବିଦ୍ୟୁତ ବିଲି ଛାଡ଼ କଲାବେଳେ ରାଜ୍ୟର ସାଧାରଣ ଉପଭୋକ୍ତାଙ୍କ ଉପରେ ଦାଦାଗିରି କରୁଛନ୍ତି ବୋଲି ବକ୍ତାମାନେ ଉଦବେଗ ପ୍ରକାଶ କରିଥିଲେ।ଯେଉଁ ପୁରୁଣା ଖୁଣ୍ଟ ଓ ତାର କୁ ସେଇ ପୁରୁଣା ଥିଲା ବେଳେ ଭିତ୍ତିଭୂମି ବିକାଶ ନାମରେ ସରକାର ବିଦ୍ୟୁତ ବିଭାଗରେ ୨୦ହଜାର ଟଙ୍କା କୋଟି ଟଙ୍କାର ବ୍ୟୟ ନାମରେ ମହା ଘୋଟଲା କରି ଜନତାଙ୍କୁ ଲୁଟୁ ଛନ୍ତି ବୋଲି କହି ଏହାର ତଦନ୍ତ ପାଇଁ ଦାବୀ କରିଥିଲେ।ଏଭଳି ବିଜୁଳି ବିଭ୍ରାଟକୁ ସରକାର ତୁରନ୍ତ ବନ୍ଦ କରିବା ସହ ଅନ୍ୟ ରାଜ୍ୟ ଭଳି ଉପଭୋକ୍ତାଙ୍କୁ ମାସିକ ୨୦୦ୟୁନିଟ ଛାଡ଼,ଚାଷୀ ମାନଙ୍କ ପୁରଣା ବକେୟା ଛାଡ଼ କରି ରିହାତି ଦରରେ ଚାଷୀ ଙ୍କୁ ବିଦ୍ୟୁତ ଯୋଗାଣ ଓ ବିଦ୍ୟୁତ ବିଭାଗକୁ ଟାଟା କମ୍ପାନୀ ଠାରୁ ତୁରନ୍ତ ମୁକ୍ତ କରି ବିଦ୍ୟୁତର ସରକାରୀ କରଣ କରିବାକୁ ଦୃଢ଼ ଦାବୀ କରିଥିଲେ। ବିଦ୍ୟୁତ ବିଭାଗର SDO ଓ କନିଷ୍ଠ ଯନ୍ତ୍ରୀ ଆସି ଆନ୍ଦୋଳନ ସ୍ଥଳରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ଗ୍ରହଣ କରିବା ସହ ବିଜୁଳି ବିଭ୍ରାଟକୁ ନିୟନ୍ତ୍ରଣ କରିବାକୁ ପ୍ରତିଶୃତି ଦେଇଥିଲେ। ସରକାର ଦାବୀ ପୂରଣ କରିବାରେ ବିଳମ୍ବ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆନ୍ଦୋଳନ ତରଫରୁ ଚେତାବନୀ ଦେଇଥିଲେ।ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏହି ପ୍ରତିବାଦ ସଭା ଓ ଗଣ ବିକ୍ଷୋଭ ରେ ସିପିଆଇ (ଏମ୍) ନେତା ସୁରେଶ ସ୍ବାଇଁ,ଦୁଃଶାସନ ଜେନା,ଭିକାରୀ ଚରଣ ସାହୁ,ସୁଶୀଲ ମହାନ୍ତି,ଗଦାଧର ପ୍ରଧାନ,ସଂଯୁକ୍ତା ସେଠୀ,ସୁକାନ୍ତି ଜେନା,ରଜତ ଜେନା ଓ କୁଳମଣି ପଲେଇ ପ୍ରମ୍ମଖ ବକ୍ତବ୍ୟ ପ୍ରଦାନ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.