ପୋଖରୀରେ ବୁଡ଼ି ୭୦ବସ୍ତା ସିମେଣ୍ଟ ନଷ୍ଟ ।

0 331

ଭଞ୍ଜନଗର,୧୧/୦୨(ପିପିଟି): ଭଞ୍ଜନଗର ଲାଲସିଂ ପଞ୍ଚାୟତ ଛେଦାଭୂମି ରୋଡ଼ରେ ଥିବା ଏକ ପୋଖରୀ ଭିତରକୁ ଏକ ସିମେଣ୍ଟ ବୋଝଇ ଟ୍ରାକ୍ଟର ଓଲଟି ପଡ଼ିଛି। ସୂଚନା ପ୍ରକାରେ ଉକ୍ତ ଟ୍ରାକ୍ଟରରେ ୭୦ ବସ୍ତା ସିମେଣ୍ଟ ଏକ ଘର କାମରେ ବ୍ୟବହାର ପାଇଁ  ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ପୋଖରୀକୁ ଗାଡିକୁ ଓଲଟି ପଡ଼ିଥିଲା। ଫଳରେ ସିମେଣ୍ଟ ବସ୍ତା ଗୁଡିକ ପାଣିରେ ପଡି ନଷ୍ଟ ହୋଇ ଯାଇଥିବା ବେଳେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ସକାଶେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି।ଦୁର୍ଘଟଣା ସକାଶେ କିଛି ସମୟ ପାଇଁ ସେହି ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏହାପରେ କ୍ରେନ ସାହାଯ୍ୟରେ ଟ୍ରାକ୍ଟରଟିକୁ ଉଦ୍ଧାର କରାଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିବା ଜଣାପଡିଛି। ନଷ୍ଟ ହୋଇଥିବା ସିମେଣ୍ଟର ମୂଲ୍ୟ ପ୍ରାୟ ୨୫ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।
(ରିପୋର୍ଟ – ଜେକେ ପଟ୍ଟନାୟକ। )

Leave A Reply

Your email address will not be published.