ମାଲକାନଗିରି,୧୪/୧୦(ପିପିଟି): ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ହୋଟେଲ ମହେଶ୍ଵରୀ ଇନରୁ ୨୦କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ ଥିବା ବେଳେ ଜଣେ ଆସାମୀକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ହୋଟେଲ ମହେଶ୍ଵରୀ ଇନରେ ଜଣେ ବ୍ୟକ୍ତି ଗଞ୍ଜେଇ ଚାଲାଣ ପାଇଁ ଆସି ରୁମ ନମ୍ବର ୨୦୬ରେ ରହିବା ସହିତ ନିଜ ପାଖରେ ଗଞ୍ଜେଇ ଥିଲା। ଏ ନେଇ ମାଲକାନଗିରି ପୋଲିସ ସୂଚନା ପାଇ ହୋଟେଲ ଉପରେ ଚଢାଉ କରିଥିଲେ।ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ପ୍ରଭାତ ଗୌଡଙ୍କ ନେତୃତ୍ବରେ ରୁମ ନମ୍ବର ୨୦୬ରେ ଯାଞ୍ଚ କରିଥିବା ବେଳେ ୨୦କେଜି ୬୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ସେହି ରୁମରେ ଥିବା ରାହୁଲ ଚକ୍ରବର୍ତ୍ତୀକୁ ଗିରଫ କରାଯାଇଥିଲେ । ରାହୁଲଙ୍କ ଘର ମାଲକାନଗିରି ଜିଲ୍ଲା ଏମଭି-୨୬ରେ ଗ୍ରାମ ବୋଲି ଜଣାପଡିଛି। ଏନେଇ ମାଲକାନଗିରି ଥାନା ପୋଲିସ ୬୧୪/୨୨ରେ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)