ସାଂସଦଙ୍କ ଦ୍ବାରା ନୂତନ ଶ୍ରେଣୀ ଗୃହ ଉଦ୍‌ଘାଟନ ।

0 282

ମାଲକାନଗିରି,୨୭/୦୮(ପିପିଟି): ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ତିଗଲ ଗ୍ରାମପଞ୍ଚାୟତ ଏମପିଭି-୬୫ ଠାରେ ୭୦ ଲକ୍ଷ ୪୮ହଜାର ଟଙ୍କା ବିନିଯୋଗରେ ନୂତନ ଶ୍ରେଣୀ ଗୃହ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ଦ୍ବାରା ଉଦଘାଟନ ହୋଇଯାଇଛି। କୋଭିଡ଼ ଲାଗି ଦୁଇ ବର୍ଷ ଧରି ନିର୍ମାଣ ହୋଇଥିବା ଅତିରିକ୍ତ ଶ୍ରେଣୀ ଗୃହ ଲୋକାର୍ପଣ କରିବା ସମ୍ଭବପର ହୋଇପାରି ନଥିଲା । ଏ ସଂପର୍କରେ ଗ୍ରାମବାସୀମାନେ ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ କିଛି ଦିନ ତଳେ ଅବଗତ କରାଇଥିଲେ। ଆଜି ସାଂସଦ ନବରଙ୍ଗପୁର ରମେଶ ଚନ୍ଦ୍ର ମାଝୀ ନିଜ କରକମଳରେ ଏହି ନୂତନ ଶ୍ରେଣୀ ଗୃହକୁ ଲୋକାର୍ପଣ କରିବା ସହ ବିଦ୍ୟାଳୟଟିକୁ ୫ଟି ସ୍ମାର୍. ସ୍କୁଲ ମାଧ୍ୟମରେ ରୂପାନ୍ତରଣ କରିବା ଲାଗି ଉପସ୍ଥିତ ଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କହିଥିଲେ । ଉକ୍ତ ଲୋକାର୍ପଣ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇଥିବା ବେଳେ ମଞ୍ଚ ପରିଚାଳନା କାଲିମେଳା ବ୍ଳକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ସମ୍ପାଦକ ବିଶ୍ୱନାଥ ରେଡି, ଜିଲ୍ଲା ଉପାଧ୍ଯକ୍ଷ ପତିତ ପାବନ ବୈଦ୍ୟ, ଜିଲ୍ଲା ପରିଷଦ ସଭ୍ୟା ମମତା ପଡିଆମୀ, ପ୍ରିୟା ମାଡ଼ି, କାଲିମେଳା ବ୍ଳକ ସାଂସଦ ପ୍ରତିନିଧି ଈ. ଭେଙ୍କେଟ ରାଓ, ଭାସ୍କର ରାଓ, ରୁଦ୍ର ପାତ୍ର, କମା ପ୍ରଧାନ, ବାବୁ ମୁସଜିଦ, ଅନୁପ ମିସ୍ତ୍ରୀ, ଶଙ୍କର ହାଲଦାର, ସୁଯେନ ମିସ୍ତ୍ରୀ, ବିଷ୍ଣୁ ପଦ ମଣ୍ଡଳ, କାର୍ତିକ ଦେବନାଥ, ଗଙ୍ଗା ମାଡି, ରାହୁଲ ରାଓ, ଚିରଞ୍ଜିତ ଵାଲା, ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନନଗିରି)

Leave A Reply

Your email address will not be published.