ହର ଘର ତ୍ରିରଙ୍ଗା ଅଭିଯାନରେ ବିଜେପିର ବାଇକ ରାଲି ।

0 250

ଭଞ୍ଜନଗର,୧୩/୦୮(ପିପିଟି): ଦେଶ ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଦେଶ ବ୍ୟାପି ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି।ଯାହା ଫଳରେ ପ୍ରତି ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବା ନିମନ୍ତେ ସରକାର ସ୍ଥିର କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭଞ୍ଜନଗର ବିଜେପି ପକ୍ଷରୁ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା। ଏହା ଭଞ୍ଜନଗର ବ୍ଲକର ମୁଦୁଲି ପଲି, ଜିଲୁଣ୍ଡି,ସାନ କୋଦଣ୍ଡା,ଲାଲ ସିଙ୍ଗି, ବାଉଁଶ ଲୁଣ୍ଡି, ଡ଼ିହ ପଢାଳ,ଗୋଲା ପଡା, କୁଲାଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଏଥିରେ ବିଜେପି ନେତା ବିନାୟକ ତ୍ରିପାଠୀ,ନୀଳ ମାଧବ ପାତ୍ର,ଯୁବ ନେତା ଅଯୋଧ୍ୟାନାଥ ମହାପାତ୍ର, ରବୀନ୍ଦ୍ର ଗୌଡ଼, ମାନସ ଜେନା,ଶିବ ଶଙ୍କର ମହାପାତ୍ର, ଉଦ୍ଧବ ମିଶ୍ର, ସୁବାଷ ବରାଡ଼,ଲକ୍ଷଣ ନାଇକ, ହୃଷୀ ପ୍ରଧାନଙ୍କ ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.