ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତଙ୍କୁ ‘ବିପଦର ବନ୍ଧୁ’ ସଙ୍ଗଠନର ସହାୟତା ।

0 356

ଭଞ୍ଜନଗର,୦୪/୦୮(ପିପିଟି): ଭଞ୍ଜନଗର ବ୍ଲକ ତୁରୁମୁ ପଞ୍ଚାୟତର ବେରୁଆଁବାଡ଼ି ଗ୍ରାମରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ପ୍ରାୟ ୧୦ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି। ଗ୍ରାମର ସନ୍ତୋଷ ଗୌଡ଼,ସୁଶାନ୍ତ ଗୌଡ଼,ପଞ୍ଚୁ ଗୌଡ଼ ଓ ଅରୁଣ ଗୌଡ଼ଙ୍କ ଘର ଜଳି ଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ରୋଷେଇ ଘରର ଚୂଲି ନିଆଁରୁ କିମ୍ବା ସଟ ସର୍କିଟରୁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର,ଖାଦ୍ୟ ସାମଗ୍ରୀ ସହ ବହୁ ମୂଲ୍ୟବାନ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଖବର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ‘ବିପଦର ବନ୍ଧୁ, ଓଡ଼ିଶା’ ପାଇବା ପରେ ଭଞ୍ଜନଗର ଶାଖାର ସଦସ୍ୟ ଓ ସଦସ୍ୟା ମାନେ ଗୁରୁବାର ସକାଳେ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାର ପାଖରେ ପହଞ୍ଚି ପ୍ରଥମେ କିଛି ଶୁଖିଲା ଖାଦ୍ୟ ଏବଂ ପରବର୍ତ୍ତୀ ସମୟରେ ରୋଷେଇ ପାଇଁ ବାସନ, ରାସନ୍ ସାମଗ୍ରୀ,ବସ୍ତ୍ର ଓ ଅନ୍ୟାନ୍ୟ ଘରୋଇ ଉପକରଣ ବଣ୍ଟନ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.