ଲାଲସିଙ୍ଗି ହାଇସ୍କୁଲରେ ଆମ ପୋଲିସ ସମିତି ବୈଠକ ।

0 255

ଭଞ୍ଜନଗର,୩୧/୦୭(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଲାଲସିଙ୍ଗି ଉଚ୍ଚ ବିଦ୍ୟାଳୟ ଠାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହେଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଥାନା ଅଧିକାରୀ ଧୀରେସ କୁମାର ଦାସ, ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଶିକ୍ଷକ ନେତା ଜଗବନ୍ଧୁ ଜେନା,ପୂର୍ବତନ ଅଧ୍ୟାପକ ଡ଼. ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଧ୍ରୁବ ମହାରଣା ଯୋଗ ଦେଇଥିଲେ। ଅନୁପମ ବାନାର୍ଜୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଏହି ବୈଠକରେ ବହୁ ସଂଖ୍ୟକ ମହିଳା ଉପସ୍ଥିତ ଥିବାରୁ ଆଜିର କାର୍ଯ୍ୟକ୍ରମ କୁ ଭାରତର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଥିଲା।ବିଶେଷ କରି ଅନ୍ଧ ବିଶ୍ୱାସ ଠାରୁ ଦୂରେଇ ରହିବା ସହ ପୋଲିସକୁ ଭୟ ନକରି ଯେକୌଣସି ପରିସ୍ଥିତିରେ ସହଯୋଗ କରିବା ବିଷୟରେ ଆଲୋଚନା ହୋଇଥିଲା । ଅତିଥିମାନଙ୍କ ସମେତ ଜଗଦୀଶ ପାଣିଗ୍ରାହୀ, ସାମ୍ବାଦିକ ଲୋକନାଥ କର, ବିଶ୍ବମ୍ବର ଜେନା, ଅମରେନ୍ଦ୍ର ପଟ୍ଟନାୟକ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଲାଲସିଙ୍ଗି ସରପଞ୍ଚ ଶିବରାମ ସାହୁ, ବ୍ଲକ ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ, ବିଷ୍ଣୁ ପ୍ରସାଦ ପ୍ରଧାନ, ମନୋଜ ପ୍ରଧାନ ଓ ଅନ୍ୟମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.