ଗୌତମୀରେ ସିପିଆଇର ସାନଖେମୁଣ୍ଡି ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ।

0 45

ସାନଖେମୁଣ୍ଡି,୨୧/୦୭(ପିପିଟି): ଉତ୍କଟ ବେକାରୀ ସମସ୍ୟା ସହ କୃଷି ଶିକ୍ଷା ଶ୍ରମିକ ସମସ୍ୟା ଦରବୃଦ୍ଧି ସମାଧାନ ସହ କେନ୍ଦ୍ର ରାଜ୍ଯ ସରକାରଙ୍କ ବ୍ୟାପକ ଜନମାରଣ ନୀତି ବିରୋଧ ରେ ବ୍ୟାପକ ଜନା ଆନ୍ଧୋଳନ ସଙ୍ଗଠିତ କରାଯିବ । କୃଷକ ଶ୍ରମିକ ଯୁବ ଛାତ୍ର ମହିଳା ମାନଙ୍କ ଦାବୀ ହାସଲ ପାଇଁ ସିପିଆଇ ନେତୃତ୍ୱ ନେଇ ସାନଖେମୁଣ୍ଡିରେ ପୁଣି ମୁଖ୍ୟ ଶକ୍ତି ଭାବେ ପ୍ରତିଷ୍ଠିତ ହେବ ବୋଲି ଗୌତମୀ ରେ ଅନୁଷ୍ଠିତ ଦଳର ଡୁଇ ଦିନିଆ ଆଞ୍ଚଳିକ ସମ୍ମିଳନୀ ଅବସରରେ ଦଳୀୟ ନେତା ମାନେ ମତବ୍ୟକ୍ତ କରିଛନ୍ତି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସାନଖେମୁଣ୍ଡି ଆଞ୍ଚଳିକ ପରିଷଦର ଦୁଇଦିନିଆ ସମ୍ମିଳନୀ ଗୌତମୀ ସ୍ଥିତ ସାଥୀ ଦଣ୍ଡାସୀ ପରିଡ଼ା ନଗର ସର୍ଦ୍ଧାର ଦଣ୍ଡପାଣି ସ୍ବାଇଁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ସନ୍ଧ୍ୟାରେ ଦଳୀୟ ପତାକାକୁ ବୟଜ୍ୟେଷ୍ଠ କୃଷକନେତା ରାଜୀବଲୋଚନ ପଣ୍ଡା ଉତ୍ତୋଳନ କରିଥିଲେ। ଜୋନ ସମ୍ପାଦକ କୈଳାଶ ପାତ୍ରଙ୍କ ସଭାପତିତ୍ବରେ ସର୍ଦ୍ଧାର ଦଣ୍ଡପାଣି ରଙ୍ଗମଞ୍ଚରେ ଅନୁଷ୍ଠିତ ସାଧାରଣ ଅଧିବେଶନରେ ଦଳୀୟ ନେତା ମାନେ ଦେଶ ରାଜ୍ୟ ଅଞ୍ଚଳର ଜନସମସ୍ୟା ସମ୍ପର୍କରେ ଉଦବୋଧନ ଦେଇଥିଲେ। ଗୌରଚନ୍ଦ୍ର ପାତ୍ର ଜ୍ୟୋସ୍ନା ବେହେରା ସୁଶାନ୍ତ ସ୍ବାଇଁଙ୍କ ସଭାପତି ମଣ୍ଡଳୀର ପୌରହିତ୍ୟରେ ଅନୁଷ୍ଠିତ ଦ୍ଵିତୀୟ ଦିବସ ପ୍ରତିନିଧି ଅଧିବେଶନକୁ ମୁଖ୍ୟ ଅତିଥି ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡା ଉଦଘାଟନ କରିଥିଲେ । ବିନାୟକ ଦାଶ ଶୋକ ପ୍ରସ୍ତାବ ଆଗତ କରିବା ସହ ଦିବଙ୍ଗତ ନେତାଙ୍କ ପ୍ରତି ନୀରବ ପ୍ରାର୍ଥନା କରାଯାଇଥିଲା। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର,କୃଷକ ସଭା ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଅନନ୍ତ ମହାଙ୍କୁଡ, ଅଖିଳ ଭାରତ ଯୁବସଂଘ ରାଜ୍ୟ ସମ୍ପାଦକ ପ୍ରଦୀପ ସେଠୀ, ଛାତ୍ରସଂଘ ଜିଲ୍ଲା ସଭାପତି କାମଦେବ ନାହାକ ପ୍ରମୁଖ ଯୋଗ ଦେଇ ଆନ୍ତର୍ଜାତୀୟ ସମସ୍ୟା ଦେଶ ରାଜ୍ୟ ଜିଲ୍ଲାର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଅଶୋକ କୁମାର ଜେନା ଚିଠା ରାଜନୈତିକ ଓ ସାଙ୍ଗଠନିକ ରିପୋର୍ଟ ଆଗତ କରିବା ସହ ରିପୋର୍ଟ ସମ୍ପର୍କରେ ପ୍ରତିନିଧି ମାନେ ଆଲୋଚନା କରିଥିଲେ। ୨୫ ଜଣ ଆଞ୍ଚଳିକ ପରିଷଦ ଓ ୧୧ ଜଣ କାର୍ଯ୍ୟକାରୀ କମିଟିକୁ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଇଥିଲେ । ଭେଟରାନ କମ୍ୟୁନିଷ୍ଟ ନେତା ସୋମନାଥ ସାହୁଙ୍କୁ ସମ୍ମିଳନୀରେ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ତିନି ବର୍ଷ ପାଇଁ ଜୋନାଲ କମିଟି ସମ୍ପାଦକ ଭାବେ କୈଳାସ ପାତ୍ର ଓ ସହ ସମ୍ପାଦକ ଭଗବାନ ରାଉତ, ସୁଶାନ୍ତ ସ୍ବାଇଁ ସର୍ବସମ୍ମତ କ୍ରମେ ନିର୍ବାଚିତ ହୋଇଥିଲେ। ବିଭିନ୍ନ ଶାଖା କମିଟି ପ୍ରତିନିଧି ମାନେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.