ସାନଖେମୁଣ୍ଡି,୦୯/୦୫(ପିପିଟି):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଡ଼େଙ୍ଗାଉସ୍ତା ଠାରେ ଗତକାଲି ତା ୦୮/୦୫/୨୨ ରିଖ ଦିନ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଏସ.ଆଇ ଶାନ୍ତୁନୁ କୁମାର ଦିଗାଲ ଏବଂ ତାଙ୍କ ଟିମ ସିଙ୍ଗପୁର ଗ୍ରାମ ନିକଟରେ ପ୍ରେଟୋଲିଙ୍ଗ କରୁଥିବା ସମୟରେ ବିଶେଷ ସୂତ୍ରରୁ ଏକ ଖବର ପାଇଲେ ଯେ ରବି କୁମାର ପାତ୍ର ନାମକ ଜଣେବ୍ୟକ୍ତି ଡ଼େଙ୍ଗାଉସ୍ତା ମାର୍କେଟରେ ଥିବା ସହାୟ ଜେନେରାଲ ଷ୍ଟୋରରେ ଲୋକ ମାନଙ୍କୁ ବିନା କୌଣସି କାଗଜ ପତ୍ରରେ ପୂର୍ବରୁ ସକ୍ରିୟ କରି ରଖିଥିବା ସିମକାର୍ଡ କୁ ବିକ୍ରି କରନ୍ତି । ଯାହାକୁ ନେଇ ଅସାମାଜିକ ବ୍ୟକ୍ତିମାନେ ସେହି ସିମ କାର୍ଡ଼ର ଦୁରୁପଯୋଗ କରୁଛନ୍ତି । ଖବର ପାଇ ଏସ.ଆଇ ଶାନ୍ତୁନୁ କୁମାର ଦିଗାଲଙ୍କ ସହିତ ତାଙ୍କ ଟିମ ଉକ୍ତ ସ୍ଥାନରେ ଚଡାଉ କରି ଜଣେ ଲୋକଙ୍କୁ କାବୁ କାରିବା ସହିତ ଉକ୍ତ ଦୋକାନକୁ ତାଲାସୀ କରିବାରୁ ସେଠାରୁ ୨୫ଗୋଟି ପ୍ରତି ସକ୍ରିୟ ସିମ କାର୍ଡ ୧୧ ଗୋଟି ଭୋଡାଫୋନ , ଆଇଡ଼ିଆସିମ ଓ ୧୪ ଗୋଟି ଏୟାରଟେଲ ସୀମ ଏବଂ ୩ ଗୋଟି କିପେଡ ମୋବାଇଲ ଫୋନ ଜବତ କରିଥିଲେ । ତାପରେ ଖବର ମୁତାବକ ମାଁ ବାଙ୍କେଶ୍ଵରୀ ମୋବାଇଲ୍ ରିପେରିଙ୍ଗ ସପରେ ପୁଣି ଚଢାଉକରି ବୁଲୁ ଚୋଧୁରୀ ନାମକ ଜଣେ ଲୋକ କାବୁ କରିବା ସହିତ ତାଙ୍କ ନିକଟରୁ ସାତ ଗୋଟି ଏୟାରଟେଲ ସିମ କାର୍ଡ ଜବତ କରିଥିଲେ । ତାପରେ ସିଙ୍ଗପୁର ଜନସେବା କେନ୍ଦ୍ରରେ ଚାଡାଉ କରି କବିରାଜ ସାହୁ ନାମକ ଜଣେ ଲୋକଙ୍କୁ କାବୁ କରିବା ସହିତ ତାଙ୍କ ଠାରୁ ୦୬ ଗୋଟି ପ୍ରି ଆକ୍ଟିଭେଟେଡ଼ ଏୟାରଟେଲ୍ ସିମ କାର୍ଡ ଜବତ କରିଥିଲେ ଏହି ବାବଦ ରେ ସମ୍ପୂକ୍ତ ଅଭିଯୁକ୍ତ ମାନଙ୍କ ନାମରେ ପାଟପୁର ଥାନା ମାମଲା କେସ ନମ୍ବର ୧୪୭/୨୨ ଏକ ମକଦମା ରୁଜୁ କରାଯାଇଛି ଅଭିଯୁକ୍ତ ମାନେ ହେଲେ ୧) ରବି କୁମାର ପାତ୍ର (୪୦) , ପିତା ବିଜୟ କୁମାର ପାତ୍ର ଗ୍ରାମ ସିଙ୍ଗପୁର ଲାବନ୍ୟ ନଗର , ୨) ବୁଲୁ ଚୌଧୁରୀ (୩୫) ପିତା ଭାସ୍କର ଚୌଧୁରୀ ଗ୍ରାମ ବଙ୍ଗରଡ଼ା , ୩) କବିରାଜ ସାହୁ (୪୦) ପିତା ଉଜ୍ୱଳ ସାହୁ ଗ୍ରାମ ସିଙ୍ଗପୁର ନୁଆସାହି ସମୁଦାୟ ୩୮ ଗୋଟି ପ୍ରି ଆକ୍ଟିଭେଟେଡ଼ ସିମ କାର୍ଡ ୨୭ ଗୋଟି ଏୟାରଟେଲ୍ ସିମ ଓ ୧୧ ଗୋଟି ଭୋଡାଫୋନ ଓ ଆଇଡ଼ିଆ ସିମ ଏବଂ ୩ ଗୋଟି ମୋବାଇଲ ଫୋନ ସହ ପୋଲିସ ଗିରଫ କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଏସ.ଡି.ପି.ଓ ଉମାଶଙ୍କର ସିଂ ଓ ପାଟପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ସୂଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )
Prev Post