୧୨୨ କେଜି ଗଞ୍ଜେଇ ଜବତ,୨ ଜଣ ଗିରଫ ।

0 241

ମାଲକାନଗିରି,୦୯/୦୫(ପିପିଟି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଏସଆଇ ସର୍ବେଶ୍ଵର ଭୋଇଙ୍କ ନେତୃତ୍ଵରେ ଚିତ୍ରାକୋଣ୍ଡା ପୋଲିସ ଟିମ୍ ଟନେଲ୍ କ୍ୟାମ୍ପ, ଡାଇକ୍ -୧,ଡାଇକ୍-୨ ଏବଂ ଡାଇକ୍-୩ ଅଞ୍ଚଳରେ ପାଟ୍ରୋଲିଂ ଓ ଯାନବାହାନ ଯାଞ୍ଚ କରୁଥିଲେ। ଠିକ ଏହି ସମୟରେ ସେମାନେ ଦେଖିବାକୁ ପାଇଥିଲେ ୨ ଜଣ ବ୍ୟକ୍ତି ପାଞ୍ଚଟି ପ୍ଲାଷ୍ଟିକ୍ ବ୍ୟାଗ୍ ନେଇ ଟନେଲ୍ କ୍ୟାମ୍ପରୁ ପ୍ରାୟ ୮ ଶହ ମିଟର ଦୂର ରାସ୍ତାକଡରେ ଛିଡା ହୋଇଛନ୍ତି । ପୋଲିସକୁ ଦେଖି ସେମାନେ ଜଙ୍ଗଲକୁ ଦୌଡ଼ି ଯାଇ ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ। ପୋଲିସ ସେ ଦୁହିଁଙ୍କ ପିଛା କରି ଧରିବାରେ ସଫଳ ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ଲାଷ୍ଟିକ ବ୍ୟାଗ ଗୁଡିକୁ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ ସେମାନେ ଉକ୍ତ ବ୍ୟାଗରେ ୧୨୨ କେଜି ୭୦୦ ଗ୍ରାମ ଗଞ୍ଜେଇ ରଖି ଆନ୍ଧ୍ର ପ୍ରଦେଶର ଦାରାକୋଣ୍ଡା ଅଞ୍ଚଳରେ ବିକ୍ରି କରିବାକୁ ନେଉଥିଲେ। ଗଞ୍ଜେଇ ଚୋରା ଚାଲାଣ କରୁଥିବା ଡାଇକ ୩ ଅଞ୍ଚଳର ବୁଦୁ ହରିଜନ ଏବଂ ବୁଦୁରା ହରିଜନକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.