ମୁଦୁଲିପଡା ପଞ୍ଚାୟତର ୪ଟି ଗାଁରେ ଉତ୍କଟ ପାନୀୟ ଜଳ ସଂକଟ ।

0 296

ମାଲକାନଗିରି,୦୫/୦୫(ପିପିଟି): ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଜଳା ଶୟଗୁଡିକରୁ ଦ୍ରୁତ ଗତିରେ ଜଳ ସ୍ତର ହ୍ରାସ ପାଇବାକୁ ଲାଗିଛି । ପିଇବା ପାଣି ବୁନ୍ଦେ ପାଇଁ ଲୋକମାନେ ଡହଳ ବିକଳ ହେଉଥିବା ବେଳେ ଏପରି ବିକଳ ଚିତ୍ର ଦେଖିବାକୁ ମାଳିଛି ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତରେ । ଏହି ପଞ୍ଚାୟତର ୪ଟି ଗାଁରେ ଉତ୍କଟ ଜଳ ସମସ୍ୟା ଲାଗି ରହିଛି । ଗାଁରେ ନଳକୂପ ଭଙ୍ଗା ଦଦରା ଅବସ୍ଥାରେ ପଡିଥିବା ବେଳେ ଚୁଆ ପାଣି ଏମାନଙ୍କର ଭରସା ହୋଇଛି। ଚୁଆ ପାଣି ଟିକକ ଆଣିବାକୁ ଯିବାକୁ ପଡେ ତିନି କିଲୋମିଟର ବାଟ । ତାହା ପୁଣି ପାହାଡ ଜଙ୍ଗଲ ରାସ୍ତା ପାର ହେବା ପରେ ପିଇବା ପାଣି ଟୋପେ ମିଳୁଛି । ଏହି ଚୁଆ ପାଣି ଦୈନଦିନ କାର୍ଯ୍ୟରେ ବ୍ୟବହାର କରନ୍ତି । କିରସାନିପଡା,ପିଣ୍ଡାଡଙ୍ଗର, ଭୋଗରପଡା ଓ କିଚପଡା ଭଳି ୪ଟି ଗ୍ରାମର ଲୋକମାନେ ଚୁଆରୁ ପାନୀୟ ଜଳ ସଂଗ୍ରହ କରି ନିତ୍ଯ ବ୍ଯବହାର୍ଯ୍ଯ କାମରେ ଉପଯୋଗ କରନ୍ତି ।ଏହି ଦୂଷିତ ପାଣି ପିଇ ସ୍ଥା ନୀୟ ଲୋକେ ବିଭିନ୍ନ ପ୍ରକାର ଦୁରାରୋଗର ଶିକାର ହୋଇଥାନ୍ତି ।ପାନୀୟ ଜଳ ଯୋଗାଣ ଲାଗି ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ଯ ଏଥି ପାଇଁ ଗୁରୁତ୍ବ ଦିଆଯାଉ ନାହିଁ । ସ୍ଥାନୀୟ ବିଡିଓ ପାନୀୟ ଜଳ ସମସ୍ୟା ସଂପର୍କରେ ଅବଗତ ଥିଲେ ମଧ୍ଯ ଉଦାସୀନ ମନୋଭାବ ଯୋଗୁଁ ବଣ୍ଡା ଜନଜାତି ଲୋକମାନଙ୍କର ପାନୀୟ ଜଳ ପରି ମୌଳିକ ସମସ୍ଯାର ସମାଧାନ ହୋଇ ପାରୁ ନାହିଁ । ପ୍ରକାଶ ଥାଉ କି ବଣ୍ଡାଘାଟିର ୨ଟି ପଞ୍ଚାୟତରେ ୩୨ଟି ଗାଁ ରହିଥିବା ବେଳେ ସେଥି ମଧ୍ଯରୁ ୧୫ ଗୋଟି ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ଯା ଲାଗି ରହିଛି । ପ୍ରାଚୀନ ବଣ୍ଡା ଜନଜାତିଙ୍କ ବିକାଶ ଲାଗି ବଣ୍ଡା ଉନ୍ନୟନ ପ୍ରକଳ୍ପ ୧୯୭୭ ମସିହାରୁ କାର୍ଯ୍ଯ କରି ଆସୁଥିବା ବେଳେ ସାଧାରଣତଃ ସେମାନଙ୍କୁ ପାନୀୟ ଜଳ ଟୋପାଏ ଯୋଗାଇବାର ସରକାରୀ ସ୍ତରରେସଂପୂର୍ଣ୍ଣ ବିଫଳ କହିଲେ ଅତ୍ଯୁକ୍ତି ହେବ ନାହିଁ । ଏ ଦିଗରେ ସରକାରଙ୍କୁ ତୁରନ୍ତ ଦୃଷ୍ଟି ହେବାର ଆବଶ୍ୟକତା ରହିଛି । ତେବେ କେବେ ଏମାନଙ୍କ ସମସ୍ୟା ଦୂର ହେଉଛି ତାହା ଦେଖିବା ବାକି ରହିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.