ବୀରମହାରାଜପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଆଇନଜୀବୀ ଦିବସ ପାଳିତ ।

0 226

ଉଲୁଣ୍ଡା,୨୮/୦୪(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଓକିଲ ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟ ପରିସରରରେ ଆଜି ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଜନ୍ମ ଜୟନ୍ତୀକୁ ଆଇନଜୀବୀ ଦିବସ ଭାବେ ପାଳିତ ହୋଇଯାଇଛି ।ଓକିଲ ସଂଘ ସଭାପତି ଯତୀନ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୀବ କୁମାର ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇ ମଧୁବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବାସହ ମଧୂବାବୁ ଙ୍କ ଜୀବନ ଓ ଅବଦାନ ତଥା ଓଡ଼ିଆ ଜାତିର ସ୍ଵାଭିମାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ପୂର୍ବତନ ସଭାପତି ରାଧାକାନ୍ତ ମହାକୁର, ଆଇନଜୀବୀ ସୁବ୍ରତ ମିଶ୍ର ସୁରେନ୍ଦ୍ର ତ୍ରିପାଠୀ, ସବିତା ସେଠିଙ୍କ ସମେତ ସଂଘର ବହୁ ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.