ମାଲକାନଗିରି,୧୮/୦୪(ପିପିଟି): କାଲିମେଳା ବ୍ଳକ ଅନ୍ତର୍ଗତ କୋଇମେଟଲା ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଏମ:ପି:ଭି- ୬୨ ଗ୍ରାମର ରଞ୍ଜିତ ବାଲା ଓ ଆରତି ବାଲାଙ୍କ ତିନି ଝିଅ ଓ ଦୁଇ ପୁଅ ଥିଲେ ।ସେଥିମଧରୁ ଦୁଇ ଝିଅଙ୍କୁ ଅଭାବ ଅନାଟନ ଭିତରେ ବିବାହ କରିଦେଇଅଛନ୍ତି ଓ ସେମାନେ ଅନତ୍ର ଶ୍ବଶୁର ଘରେ ରହୁଛନ୍ତି। ବର୍ତ୍ତମାନ ଘରେ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସାନ ପୁଅ ରଞ୍ଜିତ ବାଲାଙ୍କ ସାନ ଭାଇ ତଥା ନିଜ କକା ଘରେ ରହୁଛି। କିନ୍ତୁ ଘରେ ରହୁ ଥିବା ୩୦ ବର୍ଷ ବୟସ ର ଝିଅ ସୁଷମା ବାଲା ଯିଏ କି ମାନସିକ ରୋଗାଗ୍ରସ୍ତ ହୋଇ ରହିଥିବା ବେଳେ ଅନ୍ଯ ପୁଅ ୩୫ ବର୍ଷ ବୟସ ରସମୟୀ ବାଲା ମଧ୍ଯ ଭିନ୍ନକ୍ଷମ ଅଟେ । ସେ ନିଜ ହାତ ରେ ପାଣି ପିଇପାରୁ ନାହିଁ । କିଛି କାମ କରି ପାରୁନାହିଁ । ତା’ର ମୁଣ୍ଡ କାମ କରୁନାହିଁ । ଯଦି କିଏ ତାକୁ କୁହନ୍ତି ଯେ ଟାଣ ଖରାରେ ଗୋଟିଏ ଜାଗାରେ ଠିଆ ହୋଇ ଥା କହିଲେ ସେ ସେହି ଜାଗାରେ ହିଁ ଠିଆ ହୋଇ ଥାଉଛି । ତା’ର ହାତ ଥରୁଛି । ଠିକରେ କଥା ହୋଇ ପାରୁ ନାହିଁ । କି ପାଣି ପିଇଲେ ପାଣି ପାଟି ରୁ ବାହାରି ପଦାକୁ ଆସୁଅଛି । ଝିଅ ସୁଷମା ବାଲା ମାନସିକ ରୋଗାଗ୍ରସ୍ତ ହୋଇ ରହିଛି । ତାକୁ ଗୋଟିଏ ଘର ଭିତରେ ସିକୁଳି ରେ ବନ୍ଦା ହୋ ତାଲା ପକାଇ ରଖାଯାଉଛି। ମାନସିକ ରୋଗାଗ୍ରସ୍ତ ସୁଷମା ଯେତେ ବେଳେ ୧୨ ବର୍ଷ ବୟସ ହୋଇଥିଲା,ସେତେ ବେଳେ ସେ ଘରୁ କୁଆଡେ ପଳେଇଥିଲା । ଦୁଇ ଦିନ ପରେ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଜଙ୍ଗଲରୁ ଖୋଜି ପାଇଥିଲେ । ତା’ ପର ଠାରୁ ସୁଷମା ମାନସିକ ରୋଗାଗ୍ରସ୍ତ ହୋଇ ଗଲା । ତା’ର ମୁଣ୍ଡ ଖରାପ ହୋଇ ଗଲା ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି।ସେହିଦିନ ଠାରୁ ତାର ଝାଡ଼ା, ପରିଶ୍ରା, ଖାଇବା ପିଇବାରେ ପରିବର୍ତ୍ତନ ଦେଖାଦେଇଥିବା ବେଳେ ବର୍ତ୍ତମାନ ୧୨ ରୁ ୧୩ ମାସ ହେବ ସେ ପାଣି ପିଉନାହିଁ ବୋଲି ପରିବାର ମା’ ବାପା ପ୍ରକାଶ କରିଛନ୍ତି। ଝିଅ ପିନ୍ଧିଥିବା କପଡାକୁ ଚିରି ଦେଉଛି ଓ ନିଜର ଦାନ୍ତକୁ ସବୁବେଳେ କାମୁଡି ଥାଉଛି। ସେଥିପାଇ ତାକୁ ଗୋଟିଏ ବନ୍ଦ ଘରେ ଗୋଡରେ ଦୌଉଡି ବା ଶିକୁଳିରେ ବାନ୍ଧିକି ରଖାଯାଉଛି। ଏହି ଦୁଇ ମାସ ହେଲା ମାନସିକ ରୋଗୀ ବୋଲି ଚିହ୍ନଟ କରାଯାଇ ମାସିକ ୫୦୦ ଟଙ୍କା ସରକାରୀ ଭତ୍ତା ପ୍ରଦାନ କରାଯାଉଛି। ଏ ଦୁଇ ଭିନ୍ନକ୍ଷମ ପିଲାମାନଙ୍କ ବାପା ମଧ୍ଯ ଉଚ ରକ୍ତ ଚାପ ରୋଗରେ ପୀଡିତ । ସେ କିଛି କରି ପାରନ୍ତି ନାହିଁ । ମା’ ଆରତି ବାଲା ଦିନ ମଜୁରିଆ କାମ କରି ଓ ଜଙ୍ଗଲରୁ ମହୁଲ ଓ କେନ୍ଦୁପତ୍ର ସଂଗ୍ରହ କରି ବିକି ଘର ଚଳାନ୍ତି ।ତାଙ୍କର ସେମିତି ଚାଷ ଜମି ମଧ୍ଯ ନାହିଁ । ଘର ଚଳାଇବା ପାଇଁ ଅସମର୍ଥ ହୋଇଥିବା ବେଳେ ଦୁଇ ଭିନ୍ନକ୍ଷମ ପିଲାମାନଙ୍କ ଚିକିତ୍ସା କରାଇବାରେ ଅସମର୍ଥ । ସ୍ଥାନୀୟ କାଲିମେଳା ଗୋଷ୍ଠ. ସ୍ବାସ୍ଥ୍ଯ କେନ୍ଦ୍ର ରେ ଉଭୟଙ୍କ ଚିକିତ୍ସା କରାଇ କୌଣସି ସୁଫଳ ନପାଇ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କର ପାଖରେ ଆବଶ୍ୟକ ଟଙ୍କା ପଇସାର ଅଭାବ ଯୋଗୁଁ ଚିକିତ୍ସା କରାଇ ପାରୁ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ସରକାରୀ ସହାୟତା ପ୍ରଦାନ ସହିତ ଦୁଇ ମାନସିକ ରୋଗ ଗ୍ରସ୍ଥ ପୁଅ ଓ ଝିଅ ର ଚିକିତ୍ସା କରାଇବାରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ତରଫରୁ ସହାୟତାର ହାତ ବଢେଇବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post