କୋଦଳା,୧୬/୦୪(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ଶନିବାର ଦିନ ସ୍ବାସ୍ଥ୍ୟ ସଚେତନା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥକୁ ବ୍ଳକ ଏବିଡିଓ ନିରଞ୍ଜନ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା , କୋଦଳା ମେଡିକାଲ ଅଫିସର ଆଦିତ୍ୟ ପ୍ରସାଦ ସାହୁ , ଚିନ୍ମୟ ପ୍ରସାଦ ମହାପାତ୍ର,ପିଏଚ୍ଓ କବି ଦାସ, ବିପିଏମ୍ ଗଣେଶ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ଗୋପବନ୍ଧୁ ସାହୁ ଆଦି ରହି ସହଯୋଗ କରିଥିଲେ। ଏହି ରଥ ବେଗୁନିଆପଡା ବ୍ଳକର ବିଭିନ୍ନ ଗ୍ରାମ ଗସ୍ତ କରି ସଚେତନା ସୃଷ୍ଟି କରିବ। ଆସନ୍ତା ୧୯ ତାରିଖ ଦିନ ସୁମଣ୍ଡଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜାଦିର ଅମୃତ ମହୋତ୍ସବ ଉପଲକ୍ଷେ ଏକ ସ୍ବାସ୍ଥ୍ୟ ଶିବିର ହେବ। ଏଥିରେ ଡିଜିଟାଲ ସ୍ବାସ୍ଥ୍ୟ ଆଇଡି ସୃଷ୍ଟି କରାଯିବ।ଅଣସଂକ୍ରମକ ରୋଗର ଜାଞ୍ଚ୍ ଏବଂ ସେବା,ମଧୁମେହ ରକ୍ତଚାପ,ମୁଖଗହର କର୍କଟ ସଂକ୍ରମକ ରୋଗ ଯଥା ମେଲେରିୟା ଲାପ୍ରୋସ୍ , ଯକ୍ଷ୍ମା ରୋଗର ସେବା, ଏଚ୍ଆଇବି ଓ ଏଡ୍ସ ପରାମର୍ଶ ସେବା ,ଆଖିର ପରୀକ୍ଷା ଏବଂ ସେବା, ଲାବ୍ରୋଟରୀ ପରିକ୍ଷା ,ଟେଲି ସ୍ବାସ୍ଥ୍ୟ ସେବା,ଟିକା କରଣ,ବିନା ମୁଲ୍ୟରେ ଔଷଧ ବିତରଣ ,ଯୋଗ ଏବଂ ଧ୍ୟାନ ସମ୍ବନ୍ଧୀୟ ଶିକ୍ଷା,ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସମ୍ବନ୍ଧୀୟ ସୂଚନା ଶିକ୍ଷା ଏବଂ ଯୋଗାଯୋଗ ସଂପର୍କେ ସଚେତନା ସୃଷ୍ଟି କରିବ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )
Prev Post