ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ ସହ ସଚେତନତା ଅଭିଯାନ ।

0 2,161

ସାନଖେମୁଣ୍ଡି,୨୮/୦୧(ପିପିଟି): ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ପାଟପୁର ପୁଲିସ ପକ୍ଷରୁ ସାନଖେମୁଣ୍ଡି ବ୍ଲକ୍ ଅଧୀନସ୍ଥ ବିଭିନ୍ନ ପଞ୍ଚାୟତରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଆଜି ପାଟପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲଙ୍କ ନେତୃତ୍ବରେ ରାମଚନ୍ଦ୍ରପୁର ପଞ୍ଚାୟତ , ଡେଙ୍ଗାଡ଼ି ପଞ୍ଚାୟତ , କଉଡ଼ିଆ ପଞ୍ଚାୟତ , କଙ୍କୋରଡ଼ା ପଞ୍ଚାୟତ ପହଞ୍ଚି ଫ୍ଲାଗମାର୍ଚ୍ଚ କରିଛନ୍ତି । ନିର୍ବାଚନ ସମୟରେ ଯେଭଳି ଆଇନ ଶୃଙ୍ଖଳା ବଜାୟ ରହିବ ସେଥିପାଇଁ ଜନସାଧାରଣଙ୍କୁ ସଚେତନ କରିଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ପାଟପୁର ଥାନା ଅଧୀନସ୍ଥ ବିଭିନ୍ନ ଗ୍ରାମରେ କିଭଳି ଶାନ୍ତି ଶୃଙ୍ଖଳା ଭାବେ ନିର୍ବାଚନ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ବେଆଇନ ଭାବେ ଚାଲିଥିବା ମଦ ବିକ୍ରି ଓ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ସ୍ବତନ୍ତ୍ର ଟିମ ଗଠନ କରିଥିବା ନେଇ ପ୍ରକାଶ କରିଛନ୍ତି ଥାନା ଅଧିକାରୀ । ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ଚାଲିଥିବା କାର୍ଯ୍ୟକୁ ରୋକିବା ସହ ସେ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ। ଅବାଧ ଓ ନିରପେକ୍ଷ ର୍ନିବାଚନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ନେଇ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବା ସହ ପୁଲିସ ବିଭିନ୍ନ ସ୍ଥାନରେ ରହି ଗାଡି ମୋଟରକୁ ଯାଞ୍ଚ ମଧ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା)

Leave A Reply

Your email address will not be published.