ସୁବର୍ଣ୍ଣପୁର,୧୮/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲାର ପତଞ୍ଜଳୀ ପରିବାରର ରାମକିଙ୍କର ପାଣିଗ୍ରାହୀ, ପଶ୍ଚିମ ଓଡ଼ିଶାର ସେବା ଶ୍ରମ କ୍ଷେତ୍ରରେ ସର୍ବୋତ୍ତମ ବ୍ୟବସାୟିକ ପୁରସ୍କାର ଲାଭ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ପତାଞ୍ଜଳୀର ବିକ୍ରୟରେ ଅହେତୁକ ବୃଦ୍ଧି ହୋଇଛି । ପ୍ରତି ପରିବାରର ଲୋକେ ପତଞ୍ଜଳୀ ସ୍ୱଦେଶୀ ଉତ୍ପାଦର ବ୍ୟବହାରକୁ ବହୁଳ ମାତ୍ରାରେ ବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି । ଏହି କାର୍ଯକ୍ରମରେ ଆରଏମ ଦର୍ଶନ ମେହେଟା , ଜେଡଏମ ସୁଜିତ୍ ତ୍ରିପାଠୀ , ଏଏସଏମ ଜଗବନ୍ଧୁ ସାହୁ, ଏସଓ ସୋମନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ରାଜ୍ୟ ଯୁବ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡା ଓ ପତଞ୍ଜଳୀ ସ୍ୱଦେଶୀ କେନ୍ଦ୍ରର ସବ୍ୟସାଚୀ ବିଶି ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ମାନିତ କରିଛନ୍ନ୍ତି ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)