ଭଞ୍ଜନଗର ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଦିବସ ପାଳିତ ।

0 248

ଭଞ୍ଜନଗର,୦୩/୧୨(ପିପିଟି): ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ଭଞ୍ଜନଗର ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏହି ଦିବସ ପାଳନ ହେବା ସହ ଦିବ୍ୟାଙ୍ଗ ପିଲାଙ୍କୁ ତିନି ଚକିଆ ସାଇକେଲ, ଦୁଇ ଚକିଆ ସାଇକଲ,ଡେଜି ପ୍ଲେୟର ,ଶ୍ରବଣ ଯନ୍ତ୍ର , ଦୃଷ୍ଟିହୀନଙ୍କ ପାଇଁ ଧଳା ବାଡି ଆଦି ଉପକରଣ ବଣ୍ଟନ କରାଯିବା ସହ ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଇ ପୁରସ୍କାର ମଧ୍ୟ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ବି.ଇ.ଓ ଏସ ଧନଞ୍ଜୟ ଉଦଘାଟନ କରିଥିବା ବେଳେ ଏ.ବି.ଇ.ଓ ସୂର୍ଯ୍ୟ ନାୟକ,ହୃଷିକେଶ ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଉପସ୍ଥିତ ଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଭଞ୍ଜନଗର କୋର୍ଟର ଏସ୍.ଡି.ଜେ.ଏମ ବେଦ ପ୍ରକାଶ ଓ ଏ.ଡି.ଜେ.ଏମ୍ ରାଜ କୁମାର ଦାସ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିବା ସହ ଉପକରଣ ଓ ପୁରସ୍କାର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ ଦୁଇ ଜଣ ବି.ଆର୍.ଟି ଅନିଲ କୁମାର ମୁଦୁଲି ଓ ଚିନ୍ମୟ ଦାଶ ପରିଚାଳନା କରିଥିବା ବେଳେ ଆଇ.ଇ ଭଲ୍ୟୁଣ୍ଟର ଶିକ୍ଷକ , ରାମ କୃଷ୍ଣ ପତି, ରାଧା ମୋହନ ଗୌଡ଼, ସୂର୍ଯ୍ୟ ନାରାୟଣ ରାଉତ, କୁନା ବିଷୋୟୀ, ପ୍ରମୁଖଙ୍କ ସମେତ ବ୍ଳକର ସମସ୍ତ ସି.ଆର୍.ସି.ସି , ବି.ଇ.ଓ ଅଫିସ ଷ୍ଟାଫ ଚିରଞ୍ଜିବୀ ଦାଶ, ସନ୍ତୋଷ ସାସମଲ ,ସୀମାଞ୍ଚଳ ପଟ୍ଟନାୟକଙ୍କ ସମେତ ଶିକ୍ଷକ ଅବିନାଶ ପଣ୍ଡା,ସିଦ୍ଧାର୍ଥ ଶତପଥୀ,ରମେଶ ବେହେରା,ଅରୁଣ କୁମାର ବ୍ରହ୍ମା ,ସନ୍ତୋଷ କୁମାର ସାହୁ, ପ୍ରଦୀପ ସାସମଲ ସହାୟତା କରିଥିଲେ । ସି.ଆର୍.ସି.ସି ନାରାୟଣ ମହାପାତ୍ର ସଂଯୋଜନା କରିଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.