ଚାଉଳ ମେନ୍ଦି ଗ୍ରାମରେ ରକ୍ତଦାନ ଶିବିର ଆୟୋଜିତ ।

0 239

ମାଲକାନଗିରି,୦୧/୧୨(ପିପିଟି): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଚାଉଳମେନ୍ଦି ଗ୍ରାମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅୟୋଜିତ ହୋଇଯାଇଛି। ପ୍ରେରଣା ମହିଳା ଟ୍ରଷ୍ଟ, ମାଥିଲି ଏବଂ କୋରାପୁଟ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ୍ ର ମିଳିତ ଉଦ୍ୟମରେ ଆୟୋଜିତ ଉକ୍ତ ଶିବିରକୁ ପ୍ରେରଣା ମହିଳା ଟ୍ରଷ୍ଟର ସଭାନେତ୍ରୀ ସନ୍ତୋଷିନୀ ପାତ୍ର , ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ୍ ର ସଭାପତି ଜି. ସଂଜୀବ କୁମାର, ଯୁଗ୍ମ ସମ୍ପାଦକ ଚନ୍ଦ୍ର ଶେଖର ରଥ ଉଦଘାଟନ କରିଥିଲେ। ଏହି ଅବସର ରେ ବିଜେପି ରାଜ୍ୟ ଜନ ଜାତି ମୋର୍ଚ୍ଚା ସମ୍ପାଦକ ଜଳନ୍ଧର ନାୟକ, ବିଜେପି ମାଥିଲି ବ୍ଲକ ସଭାପତି ଏନ୍. ସତ୍ୟ ନାରାୟନ ରାଓ,ଏସ ଟି ମୋର୍ଚ୍ଚା ଜିଲ୍ଲା ସଭାପତି ବନମାଳି ବରଜା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ମାଲକାନଗିରି ଜିଲ୍ଲାରୁ ଅନେକ ରୋଗୀ ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ୍ କୁ ଆସୁଥିବା ବେଳେ ସେମାନେ ରକ୍ତ ଯୋଗାଡ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମାଥିଲି ସ୍ଥିତ ପ୍ରେରଣା ମହିଳା ଟ୍ରଷ୍ଟ ର ସାଧୁ ଉଦ୍ୟମ କୁ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ୍ ର କର୍ମକର୍ତ୍ତା ସଞ୍ଜୀବ କୁମାର ଏବଂ ଚନ୍ଦ୍ର ଶେଖର ରଥ ପ୍ରଶଂସା କରିଥିଲେ। ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନରେ ଜଳନ୍ଧର ନାୟକ ଙ୍କ ସମେତ ଗୋପିନାଥ ନାୟକ, ବୈକୁଣ୍ଠ ନାଥ ନାୟକ, କୁର୍ମା ନାୟକ, ନାଗେଶ୍ଵର ଚର୍କୀ, ଗଙ୍ଗାଧର ନାୟକ, ସୁରେଶ କୁମାର, ରାମ ଚନ୍ଦ୍ର ଗୌଡ, ନକୁଳ ଅମୁନାତ୍ୟ, ସୁନିଲ ପାତ୍ର, ଅକ୍ଷୟ ଖରା, ଅନାଦି ଅନନ୍ତ ନାୟକ, ହରିବନ୍ଧୁ ତନ୍ତୀ, ତୁଷାର ମହାପାତ୍ର , ଅଶ୍ୱିନ କୁମାର ସାମନ୍ତରାୟ, ସୁଶାନ୍ତ କୁମାର ପ୍ରଧାନ, ନାଗ କୁମାର , ଗୋପିନାଥ ଧାକଡ, ସୁଧା ଦୋରା, ଧନଞ୍ଜୟ ବନଜା, ବୁଢ଼ା ବୋଇପାରି, ଜଗବନ୍ଧୁ ଏବଂ ମନୋଜ ମାଝୀ ରକ୍ତଦାନ କରିଥିଲେ। କୋରାପୁଟ ରକ୍ତ ଭଣ୍ଡାର ଅଧିକାରୀ ଫକୀର ଚରଣ ମୁଣ୍ଡାଙ୍କ ତତ୍ତ୍ଵବଧାନରେ ଟେକନିସିଆନ ଏଲ କେ ଗାଇନି ଓ ଅନ୍ୟ ମାନେ ସମୂଦାୟ ୨୨ ଜଣ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ସୁକାନ୍ତି ନାୟକ, ପ୍ରିୟଦର୍ଶିନୀ ଦେବୀ, ସଂଜୁଲତା ବାଘ୍ ସହଯୋଗ କରିଥିଲେ।
(ରିପୋର୍ଟ:ବରିଷ୍ଠ. ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.