ଓଡ଼ିଆ ବିଭାଗରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ।

0 46

କୋଦଳା ,୨୧/୦୯(ପିପିଟି):ସୋମବାର କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଓଡ଼ିଆ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ରଘୁନାଥ ମୁଦୁଲି ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଛାତ୍ରଛlତ୍ରୀମାନଙ୍କୁ ପରିଶ୍ରମୀ ଓ ସମୟନୁବର୍ତ୍ତିତା ହେବାକୁ ଉପଦେଶ ଦେଇଥିଲେ । ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ଆକାଶ ଖୁଣ୍ଟିଆ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛlତ୍ରୀ ସଂଯୁକ୍ତା ସ୍ୱାଇଁ, ଦୀପା ସlସମଲ, ସାଧନା ସରଗମ ଦାଶ, ସନ୍ତୋଷିନୀ ରାଉତ ଆଦି ନବାଗତ ଛାତ୍ରଛlତ୍ରୀମାନଙ୍କୁ ସ୍ୱାଗତ ଜଣାଇଥିଲେ। ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ରଞ୍ଜୁବାଳା ନନ୍ଦ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ହେବା ସହିତ ଉତ୍ତମ ଅଧ୍ୟୟନ କରିବାକୁ କହିଥିଲେ।ଅଧ୍ୟାପକ ସାଗର ଚାନ୍ଦ ପାତ୍ର ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅଧ୍ୟାପିକା ଡ଼କ୍ଟର ଜ୍ୟୋତ୍ସ୍ନାରାଣୀ ସାହୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା,ଅନୁଷ୍ଠାନର ନୀତିନିୟମ ମାନିବା ଏବଂ ପରମ୍ପରା ବଜାୟ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ପରିଶେଷରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଦୀପା ସାସମଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.