ପେଟ୍ରୋଲ ନିଆଁ ରେ ଜଳିଗଲେ ପରିବାରର ତିନି ସଦସ୍ୟ ।

0 393

ବେଲଗୁଣ୍ଠା,୧୭/୧୧(ପିପିଟି) : ତାରସିଙ୍ଗ ଥାନା ଅନ୍ତର୍ଗତ ସମରବନ୍ଧ ଗାଁ ରେ ପେଟ୍ରୋଲ ନିଆଁକୁ ନେଇ ଘଟିଯାଇଛି ଏକ ଦୁର୍ଘଟଣା ଦୋକାନରେ ବିକ୍ରି ପାଇଁ ପେଟ୍ରୋଲ ଜାରରେ ଆଣି ବୋତଲ କୁ ଢାଳୁଥିବା ବେଳେ ଜାର ହାତରୁ ଖସି ଯାଇ ଥିଲା ଜାର ଭରା ପେଟ୍ରୋଲ ତଳେ ପଡିଯାଇଥିଲା । ହଠାତ ପାଖରେ ଲାଗିଥିବା ଘିଅଦିପକୁ ଧପ କରି ଧରିଦେବା ଫଳରେ ଘରେ ନିଆଁ ଲାଗିବା ସହ ପରିବାରର ମୁଖ୍ୟ ପ୍ରଫୁଲ ନାୟକ ତାଙ୍କ ପତ୍ନୀ ମାଗି ନାୟକଏବଂ ଝିଅ ଦୀପା ନାୟକଙ୍କ ଦେହରେ ମଧ୍ୟ ନିଆଁ ଧରିଦେଇଥିଲା । ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଧାର କରି ପ୍ରଥମେ ଭଞ୍ଜନଗର ଓ ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଚର୍ଚ୍ଚା ହେଉଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.