୫୪ତମ ରେଙ୍କରେ ଓଏଏସ ପାଇଥିବା ପ୍ରିୟବ୍ରତ ପାଲକ୍ ସମ୍ବର୍ଦ୍ଧିତ ।

0 254

ଭଞ୍ଜନଗର, ୧୬/୧୧(ପିପିଟି): ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ବିଦ୍ଯାଳୟର ୨୦୦୯ ବ୍ଯାଚ୍ ର ପ୍ରାକ୍ତନ ଛାତ୍ର ପ୍ରିୟବ୍ରତ ପାଲକ୍ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା।ବିଦ୍ୟାଳୟଦ୍ବାରା ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍.ଧନଞ୍ଜୟ ଯୋଗ ଦେଇ ଶ୍ରୀ ପାଲକ୍ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି କହିଥିଲେ ଯେ ଶ୍ରେଣୀକକ୍ଷରେ ପଛ ବେଞ୍ଚ୍ ରେ ବସୁଥିବା ପିଲାମାନେ ମଧ୍ଯ ଭବିଷ୍ୟତରେ ନିଜ ଚେଷ୍ଟାରେ ଓଏଏସ, ଆଇଏଏସ ଭଳି ପଦବୀ ଲାଭ କରିଥାନ୍ତି ତେଣୁ ଶ୍ରେଣୀରେ ଆଗ ପଛ ସବୁ ସମାନ କେବଳ ମନ ଦେଲେ ହେଲା।ଅନ୍ୟତମ ଅତିଥି ରୂପେ ଓମ୍ସାଇ ଏଜୁକେସନାଲ୍ ଏକାଡେମୀ ତରଫରୁ ବିଦ୍ୟାଳୟର ୧୯୯୫ ମସିହାର ପ୍ରାକ୍ତନ ଛାତ୍ର ବବି ରଥ ଉପସ୍ଥିତ ହୋଇ ଶ୍ରୀ ପାଲକ୍ ଙ୍କୁ ମଧ୍ୟ ଉପଢୌକନ ପ୍ରଦାନ କରିଥିଲେ। ଏହି ଅବସରରେ ନବ ଓଏଏସ ଶ୍ରୀ ପାଲକ୍ ପ୍ରତି ଶ୍ରେଣୀରେ ପିଲାମାନଙ୍କୁ ତାଙ୍କ ଭଳି ହେବାପାଇଁ କିଛି ଟିପ୍ସ ପ୍ରଦାନ କରିଥିଲେ। ପିଲାମାନେ ତାଙ୍କଠାରୁ ସୁପରାମର୍ଶ ଲାଭ କରି ଖୁସି ବ୍ଯକ୍ତ କରିଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସସ୍ମିତା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ସାମ୍ବାଦିକ ବନ୍ଧୁଗଣ ମଧ୍ୟ ଯୋଗ ଦେଇଥିଲେ। ବିଦ୍ଯାଳୟର ବରିଷ୍ଠ ଶିକ୍ଷକ ଉମେଶ ଦାଶ ଧନ୍ଯବାଦ ଅର୍ପଣ କରିଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ସାଗରିକା ପ୍ରଧାନ,କ୍ରୀଡା ଶିକ୍ଷୟିତ୍ରୀ ଯାଜ୍ଞସେନୀ ନାୟକ,ସହକାରୀ ଶିକ୍ଷକ ସୁଜିତ୍ କୁମାର ଗୌଡ ଓ ଅଣଶିକ୍ଷକ ପବିତ୍ର ପାତ୍ର, ଅବସରପ୍ରାପ୍ତ ପିଅନ ଖଲି ବେହେରା ଉତ୍ସବରେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.