ନୟାଗଡ,୩୧/୧୦(ପିପିଟି): ନେହେରୁ ଯୁବ କେନ୍ଦ୍ର ସଂଗଠନ ନୟାଗଡ଼ ପକ୍ଷରୁ ଜାତୀୟ ଏକତା ଦିବସ ଓ ସ୍ୱଚ୍ଛ ଭାରତ ର ଉଜ୍ଜାପନୀ ଦିବସ ଅବସରରେ ଗଣିଆ ବ୍ଲକ ଅନ୍ତର୍ଗତ ମା କଳପାଟ ଦେବୀ ପୀଠ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଓ ଏକତାର ବାର୍ତ୍ତା ପ୍ରେରଣ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ସମସ୍ତ ଜାତୀୟ ଯୁବ ସ୍ଵେଚ୍ଛାସେବୀ ଓ ସ୍ଥାନୀୟ ଅଞ୍ଚଳରୁ ପ୍ରାୟତଃ ୫୦ ଜଣ ଯୁବକ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅନ୍ତର୍ଯ୍ୟାମୀ ମିଶ୍ର,ଯୁବ ଆଦର୍ଶ ରଞ୍ଜନ କୁମାର ଭୋଇ, ଯୁବ କ୍ଲବ୍ ସଭାପତି ଦିନେଶ କୁମାର ସାସନି ଓ ଗୋପାଳ ବେହେରା ପ୍ରମୁଖ ଯୋଗଦେଇ ଯୁବକ ମାନଙ୍କୁ ଏକତା ଓ ସ୍ବଚ୍ଛତା ସମ୍ଵନ୍ଧରେ ବାର୍ତ୍ତା ପ୍ରେରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମା କଳାପାଟ ଠାକୁରାଣୀଙ୍କ ପୀଠ ସମେତ ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ପୂର୍ବତନ ସ୍ଵେଚ୍ଛାସେବୀ ଶୁଭାଶିଷ ମିଶ୍ର ଓ ପ୍ରିୟବ୍ରତ ମିଶ୍ର ସୁଚାରରୂପେ ସମ୍ପାଦନା କରିଥିବାର ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମର ଶେଷରେ ସ୍ବଚ୍ଛତା ନିମନ୍ତେ ଶପଥ ଗ୍ରହଣ କରାଯାଇଥିଲା ଓ ସମସ୍ତଙ୍କୁ ଜଳ ପାନୀୟ, ସ୍ୱଳ୍ପହାର ବଣ୍ଟନ କରାଯାଇ ସଭା ସମାପନ କରାଯାଇଥିଲା ।
(ରିପୋର୍ଟ -ଜିତେନ୍ଦ୍ର ମହାପାତ୍ର ।)