ଭାରତ ସରକାରଙ୍କ ଯୁଗ୍ମ ସଚିବ ହିଞ୍ଜିଳି ଗସ୍ତ।

0 495

ବ୍ରହ୍ମପୁର, ୧୮/୧୦: ଭାରତ ସରକାରଙ୍କ କାର୍ମିକ, ଲୋକ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ଅନ୍ତର୍ଭୁକ୍ତ ପ୍ରଶାସନିକ ବିଭାଗର ଯୁଗ୍ମ ସଚିବ ଏନବିଏସ ରାଜପୁତ ହିଞ୍ଜିଳିକାଟୁ ଗସ୍ତରେ ରବିବାର ଦିନ ଆସି ଗ୍ରାମଞ୍ଚଳରେ ହୋଥିବା ଉନ୍ନୟନମୂଳକ କାର୍ଯ୍ଯ ସମୁହକୁ ବୁଲି ଦେଖିଛନ୍ତି। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା ଉପସ୍ଥିତ ରହି ଉନ୍ନୟନମୂଳକ କାର୍ଯ୍ଯ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ। ମନରେଗା ଯୋଜନାରେ ଶାସନ ଆମ୍ବଗାଁ ପଞ୍ଚାୟତର ଅଣୁ ଜୈବଖତ କେନ୍ଦ୍ର, ଆଦର୍ଶ ପୋଖରୀ, ଗ୍ରାମୀଣ ଉଦ୍ଯାନ, ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର, ସାରୁ ପଞ୍ଚାୟତର ସ୍ମାର୍ଟ ସ୍କୁଲ, ବିଜୁ ପଞ୍ଚାୟତ ପାଠାଗାର ଏବଂ ପୋଚିଲିମା ପଞ୍ଚାୟତର ଆଦର୍ଶ ଗାଈ ଗୁହାଳ ଇତ୍ଯାଦି କାର୍ଯ୍ଯକୁ ବୁଲିଦେଖିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ବ୍ଲକ ଅଧ୍ୟକ୍ଷ ଏନ.ରଘୁନାଥଙ୍କ ସମେତ ପଞ୍ଚାୟତ ଲୋକ ପ୍ରତିନିଧି,ଯନ୍ତ୍ରୀ ଓ ଏସଏଚଜି ସଦସ୍ଯ ମାନେ ଯୁଗ୍ମ ସଚିବଙ୍କ ସହିତ ଆଲୋଚନା କରିଥିଲେ।

Leave A Reply

Your email address will not be published.