ମାଆ ସାଙ୍କୁଳାଇ ପୀଠରେ ମଙ୍ଗଳପୁର ପଞ୍ଚାୟତର ବିଜେଡ଼ି ସମ୍ମିଳନୀ ଓ ମିଶ୍ରଣ ପର୍ବ ।

0 274

ବେଲଗୁଣ୍ଠା,୦୬/୧୦(ପିପିଟି): ପଞ୍ଚାୟତ ସ୍ତରୀୟ ନିର୍ବାଚନ ଯେତେ ନିକଟତର ହେଉଛି ପଂଚାୟତ ସ୍ତରୀୟ ନେତାଙ୍କ ମଧ୍ୟରେ ସେତେ ପରିମାଣରେ ଉତ୍ସୁକତା ବୃ୍ଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଅନ୍ୟ ରାଜନୈତିକ ଦଳ ମାନଙ୍କ ଅପେକ୍ଷା ବିଜୁ ଜନତାଦଳ ପଞ୍ଚାୟତ ନିର୍ବାଚନ ପୂର୍ବପ୍ରସ୍ତୁତି ଆଗୁଆ ରହିଛି । ଆଜି ମାଆ ମାଆ ସାଙ୍କୁଳାଇ ପୀଠରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ପଞ୍ଚାୟତର ଏକ ବିଜେଡ଼ି ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଯୋଗ ଦେଇ ବିଭିନ୍ନ ଊନ୍ନତି ମୂଳକ କାର୍ଯ୍ୟକ୍ରମ ଗୁଡ଼ିକୁ କୌଣସି ଦଲାଲ ମାଧ୍ୟମରେ ନକରି ଡ଼ିଜିଟାଲ ପୋର୍ଟାଲ୍ ମାଧ୍ୟମରେ କରିବା ପାଇଁ ପରାମର୍ଶ ଦେବା ସହିତ ସମସ୍ତେ ଏକତ୍ରିତ ହୋଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଦଳକୁ ବିଜୟୀ କରିବା ପାଇଁ ଉପସ୍ଥିତ କର୍ମୀ ଏବଂ ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏହି ଅବସରରେ ମଙ୍ଗଳପୁର ପଞ୍ଚାୟତର ସମିତିସଭ୍ଯା ବାସନ୍ତୀ ନାୟକଙ୍କ ଶ୍ଵଶୁର ଅଭିମନ୍ୟୁ ନାୟକ ଏବଂ ସୁବାଷ ସ୍ଵାଇଁ, ଦେବ ସ୍ୱାଇଁ, ପରି ସ୍ଵାଇଁଙ୍କ ସମେତ ଜିଲିବା,ଗୋଠୁଳି,ମଙ୍ଗଳପୁର ପ୍ରଭୃତି ଗ୍ରାମରୁ ପ୍ରାୟ ୨୦ ରୁ ଊର୍ଦ୍ଧ୍ଵ ପରିବାର ବିଧାୟକ ଶ୍ରୀ ସ୍ଵାଇଁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ସ୍ୱାଇଁ ସେମାନଙ୍କୁ ଫୁଲତୋଡ଼ା ଏବଂ ଉପଢ଼ୌକନ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ୪୭ ନମ୍ବର୍ ଜିଲା ପରିଷଦ ସଭ୍ୟ ଅମିତ୍ ନାୟକ,ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ଆଯୋଧ୍ୟା ବେହେରା, ଯୁବ ବିଜେଡ଼ି ସାଧାରଣ ରାମେଶ୍ଵର ପାତ୍ର,ଜିଲ୍ଳା ବିଜେଡ଼ି ଉପସଭାପତି ତ୍ରିଲୋଚନ ଜେନା, ପୂର୍ବତନ ସମିତିସଭ୍ୟ ବିଦ୍ୟାଧର ବିଷୋୟୀ,ବରିଷ୍ଠ ବିଜେଡ଼ି ନେତା ରାଜକିଶୋର ବିଷୋୟୀ, ପଞ୍ଚାୟତ ଡିଜିଟାଲ୍ ସମ୍ପାଦକ ମାଧବ ଚନ୍ଦ୍ର ଆପଟ, ଛାତ୍ର ବିଜେଡ଼ି ସଭାପତି ଜ୍ୟୋତିରଞ୍ଜନ ନାୟକ, ପୂର୍ବତନ ସରପଞ୍ଚ ବଳରାମ ଖଟେଇ,ଯୁବ ବିଜେଡ଼ି ନେତା ଆଲୋକ ଖଟେଇ, ପଂଚାୟତ ଯୁବ ବିଜେଡ଼ି ସଭାପତି ବସନ୍ତ ସ୍ଵାଇଁ, ପଂଚାୟତ ଛାତ୍ର ବିଜେଡ଼ି ସଭାପତି କାହ୍ନୁଚରଣ ସେଠୀଙ୍କ ସମେତ ବିଭିନ୍ନ ଗ୍ରାମରୁ ୫୦୦ ରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.