ଛତ୍ରପୁର,୨୬/୦୯(ପିପିଟି):ଗଞ୍ଜାମ ଜିଲ୍ଲାରେବର୍ଷା ଓ ବାତ୍ୟା ଜନିତ ଜନଜୀବନ ସୁରକ୍ଷା ନିମନ୍ତେ ଅହରହ ପ୍ରଚେଷ୍ଟା ଚାଲିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲାରେ ଯେପରି ଜିରୋ କାଜୁଆଲିଟି ରହିବ ସେଥିନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ମାନ ଗ୍ରହଣ କରାଯାଇଅଛି । ଏପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ୯୪୧ଗୋଟି ଏବଂ ସହରାଞ୍ଚଳରେ ୩୦ ଗୋଟି ବାତ୍ୟା ଆଶ୍ରୟ ସ୍ଥଳ ଚିହ୍ନଟ କରି ଲୋକଙ୍କୁ ଥଇଥାନ କରାଯାଉଅଛି । ୬୫ ଗ୍ରାମପଞ୍ଚାୟତର ୧୦୧ ଗୋଟି ଗ୍ରାମର ୫୦୧୮ ଜଣଙ୍କୁ ଏବଂ ସହରାଞ୍ଚଳର ୨୦ ଟି ଓ୍ବାର୍ଡର ୧୫୦୮ ଜଣଙ୍କୁ ଉକ୍ତ ଆଶ୍ରୟ ସ୍ଥଳ ମାନଙ୍କରେ ଥଇଥାନ କରାଯାଇଅଛି । ସମୁଦାୟ ୩୩୩ ଗର୍ଭବତୀ ମହିଳା ମାନଙ୍କୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସୁରକ୍ଷିତ ସ୍ଥାନରେ ସ୍ଥାନାନ୍ତରୀତ କରାଯାଇ ସେମାନଙ୍କର ଯତ୍ନ ନିଆଯାଉଛି । ସମସ୍ତ ଆଶ୍ରୟ ସ୍ଥଳ ଗୁଡିକରେ ଚିକିତ୍ସା ନିମନ୍ତେ ଡାକ୍ତରୀଦଳ ଏବଂ ରନ୍ଧାଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯାଇଅଛି ।