ଶେରଗଡ଼ ରେ ସେରୋ ସର୍ଭେ ଆରମ୍ଭ; ଟୀକା ନେଇ ନଥିବା ବ୍ୟକ୍ତିଠୁ ମଧ୍ୟ ନମୁନା ସଂଗ୍ରହ ।

0 403

ଶେରଗଡ,୧୭/୦୬(ପିପିଟି); ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ରେ ଆରମ୍ଭ ହୋଇଛି ସେରୋ ସର୍ଭେ। ଜିଲ୍ଲାର ମୋଟ ୧୦ ଟି ଗାଁ ରେ ସେରୋ ସର୍ଭେ କରାଯିବା ନେଇ ସୂଚନା ଥିବା ବେଳେ ଆରଏମଆରସି ତିନୋଟି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ସର୍ଭେ କରୁଛନ୍ତି।ଶେରଗଡ଼ ବ୍ଲକର ଗୋଠଗାଁ ରେ ମଧ୍ୟ ଅନୁରୂପ ଭାବେ ସର୍ଭେ ସହ ରକ୍ତ ନମୁନା ସଂଗ୍ରହ କରାଯାଇଛି ।ଗୋଠଗାଁ କେନ୍ଦ୍ରରେ ବିଭିନ୍ନ ବର୍ଗ ରୁ ୧୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ଜଣା ପଡିଛି। କେନ୍ଦ୍ରରେ ସେରୋ ସର୍ଭେ ହେବ ବୋଲି ସୂଚନା ମିଳିବା ପରେ ଏ,ଏନ,ଏମ ଓ ଅଙ୍ଗନବାଡି କର୍ମୀ ଏବଂ ଆଶା କର୍ମୀ ଘରକୁ ଘର ବୁଲି ଲୋକଙ୍କୁ ବୁଝାଇ କେନ୍ଦ୍ରକୁ ଡ଼କାଇଥିଲେ କିନ୍ତୁ ଏହି କେନ୍ଦ୍ରକୁ ଆସିଥିବା ଅନେକ ବ୍ୟକ୍ତି ସେରୋ ସର୍ଭେ ରକ୍ତ ନମୁନା ସଂଗ୍ରହ ଉପରେ ଅବଗତ ନଥିବା ଜଣାଇଛନ୍ତି ଏପରିକି କେତେକ କୋଭିଡ଼ି ଟୀକା ନ ନେଇ ମଧ୍ୟ ତାଙ୍କ ଠାରୁ ରକ୍ତ ନମୁନା ନେବା ପରେ ସେମାନେ ବିସ୍ମୟ ପ୍ରକାଶ କରିଛନ୍ତି। ଆଜି ସର୍ଭେ ସମୟରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

(ରିପୋର୍ଟ – ଭିକୁ ନାୟକ। )

Leave A Reply

Your email address will not be published.