ଆୱାର୍ଡ ପକ୍ଷରୁ ଚାଷୀ ମାନଙ୍କୁ କଳଧାନ ବିହନ ବଣ୍ଟନ ।

0 312

କନ୍ଧମାଳ,୧୭/୦୬(ପିପିଟି):ବିଜ୍ଞାନ ଭିତ୍ତିକ ପ୍ରମାଣ ସିଦ୍ଧ ସ୍ୱାସ୍ଥ୍ୟରେ ହିତକ ଜନକ କଳଧାନ ଚାଉଳରେ ପୃଷ୍ଟି ସାର ଭରିରହିଥିବା ଯୋଗୁଁ ବର୍ତ୍ତମାନର କରୋନା କାଳରେ କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ‘ ଆୱାର୍ଡ ‘ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରି ଚଳିତ ଖରିଫ ଋତୁରେ ଏହି କଳା ଧାନ ଚାଷର ବହୁଳ ପ୍ରସାର ନିମନ୍ତେ ପ୍ରଥମ ଥର ନିମନ୍ତେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ତର୍ଗାବାଲି ଅଞ୍ଚଳର ଚାଷୀମାନଙ୍କୁ ମାଗଣାରେ ଅନୁଷ୍ଠାନର କ୍ଷେତ୍ରୀୟ ପ୍ରକଳ୍ପ ଅଧିକାରୀ ଆନ୍ଦ୍ରିୟ ଦିଗାଲଙ୍କ ନେତୃତ୍ୱରେ ଏହି କଳାଧାନ ବିହନ ବଣ୍ଟନ କରାଯାଇଛି । ଆୱାର୍ଡ ଅନୁଷ୍ଠାନର ଏଭଳି ନିଆରା ଉଦ୍ୟମକୁ ଜିଲ୍ଲାର ବହୁ ସମାଜସେବୀ ପ୍ରଶଂସା କରିବା ସହ ସ୍ୱାଗତ ଜଣାଇଛନ୍ତି । ଏହି ଚାଷର ସମ୍ପ୍ରସାରଣ କରିବା ପ୍ରୟାସକୁ କନ୍ଧମାଳ ଜିଲ୍ଲାର ଚାଷୀ ମାନଙ୍କ ନିମନ୍ତେ ଅଶେଷ ଲାଭ ତଥା ପ୍ରେରଣା ଆଣିଦେବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.