ପିପିଟି ପକ୍ଷରୁ କବିସୂର୍ଯ୍ୟ ନଗର ଥାନାକୁ ସାନିଟାଇଜର,ମାସ୍କ ଓ ଛତା ପ୍ରଦାନ।

0 975

ବ୍ରହ୍ମପୁର,୦୮/୦୬(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କୋଭିଡ- ୧୯କୁ ନଜରରେ ରଖି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ କବିସୂର୍ଯ୍ୟ ନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କୁ ପିପିଟି ପକ୍ଷରୁ ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ସାକ୍ଷାତ କରି ସାନିଟାଇଜର,ମାସ୍କ, ଛତା ଓ ହେଣ୍ଡ ଗ୍ଲୋବସ ପ୍ରଦାନ କରିଛନ୍ତି। ଗ୍ରାମାଞ୍ଚଳର ଲୋକ ମାନେ ବିଭିନ୍ନ ଅଭିଯୋଗ ନେଇ ଆସୁଥିବାବେଳେ ସେମାନଙ୍କୁ ମାସ୍କ ବ୍ଯବହାର କରିବା ପାଇଁ ଦିଆଯିବ ଏବଂ ପୁଲିସ କର୍ମଚାରୀ ମାନେ ଖରା ଓ ବର୍ଷାରେ ରାସ୍ତାରେ ଠିଆ ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ସେମାନଙ୍କ ପାଇଁ ଛତା ବ୍ଯବହାର କରିବା ପାଇଁ ପିପିଟି ପକ୍ଷରୁ ଗୋଟିଏ ଛୋଟିଆ ପ୍ରୟାସ କରାଯାଇଛି। ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟ ନଗର ପ୍ରେସ୍ କ୍ଲବର ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ,ସାମ୍ବାଦିକ ଆରତ କୁମାର ହୋତା ଉପସ୍ଥିତ ଥିଲେ।

Leave A Reply

Your email address will not be published.