କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପାଇଁ ୩୮୧ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ।

0 346

କୋଦଳା,୦୩/୦୬(ପିପିଟି); କବିସୂର୍ଯ୍ୟ ନଗର ନିର୍ବାଚିତ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ଘରେ ଘରେ ପଂହଁଚିବ ପିଇବା ପାଣି,ହାତ ପାହାନ୍ତରେ ଲୋକ ପାଇବେ ମୌଳିକ ସୁବିଧା । ଏଥିପାଇଁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ଯୋଗାଣ ର ଉନ୍ନତି କରଣ ପାଇଁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ୩୮୧.୦୮ କୋଟି ଅର୍ଥ ରାଶି ଅନୁଦାନ ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉପସ୍ଥିତି ରେ ଏକ ଧନ୍ୟବାଦ କାର୍ଯ୍ୟକ୍ରମ ବେଗୁନିଆପଡା ବ୍ଲକ ସ୍ଥିତ ଶାଳିଆ ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଧାୟିକାଙ୍କ ଉଦ୍ୟମରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗରୁ ଅନୁମୋଦିତ ହୋଇଛି ୩୮୧.୦୮ କୋଟି ଟଙ୍କାର ବହୁ ପ୍ରତିକ୍ଷୀତ ଜଳ ଯୋଗାଣ ପ୍ରକଳ୍ପ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପାଇଁ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ବିଧାୟିକା ।ବେଗୁନିଆପଡା ବ୍ଲକ ଶାଳିଆ ଡ୍ୟାମ ଠାରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡା,ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗରର ସମସ୍ତ ଗ୍ରାମକୁ ମିଳିବ ପିଇବା ପାଣି । କବିସୂର୍ଯ୍ୟନଗର ନିର୍ବାଚିନ ମଣ୍ଡଳୀର ପାଖା ପାଖି ୨୧୯ ଗ୍ରାମକୁ ଏହି ମେଗା ପ୍ରକଳ୍ପ ଦ୍ୱାରା ଉପକୃତ ହେବେ । ଅଞ୍ଚଳର ବହୁ ଗାଁ ପାଣି ପାଇବାରୁ ବଞ୍ଚିତ ଥିଲା ବିଧାୟିକାଙ୍କ ଉଦ୍ୟମରେ ଆଦିବାସୀ ଅଦୂଷିତ ଗାଁ ଠାରୁ ଆରମ୍ବ କରି ନିର୍ବାଚନ ମଣ୍ଡଳୀର ସମସ୍ତ ଗାଁ ଏହି ସୁବିଧା ପାଇପାରିବେ । ଏହି ପ୍ରକଳ୍ପ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କ ପାଇଁ ଏକ ବଡ଼ ଭେଟି ବୋଲି କହିଛନ୍ତି ବିଧାୟିକା । ଏହି ପ୍ରକଳ୍ପ ପରେ ଅଞ୍ଚଳ ବାସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କବିସୂର୍ଯ୍ୟନଗର ବିଧାୟିକାଙ୍କୁ ଆନ୍ତରିକ ଧନ୍ୟବାଦ ଜାଣିଛନ୍ତି । ଏଥିସହ ଏତେ ବଡ଼ ମେଗା ପ୍ରକଳ୍ପ ପାଇଁ ନିର୍ବାଚନ ମଣ୍ଡଳୀ ବାସି ଖୁସି ଜାହିର କରିଛନ୍ତି । ଏହି ଧନ୍ୟବାଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା,ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, କବିସୂର୍ଯ୍ୟନଗର ବ୍ଲକ ଅଧକ୍ଷ ସନ୍ତୋଷ ପାଢ଼ୀ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କାଶୀନାଥ ବେହେରା,ତ୍ରିନାଥ ଭୂୟାଁଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ବହୁ ବିଜୁପ୍ରେମୀ ଉପସ୍ଥିତ ଥିଲେ ।

(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.