ଭଞ୍ଜନଗର,୨୫/୦୫(ପିପିଟି); ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ୧୯୮୫ ଠାରୁ ୧୯୯୦ପର୍ଯ୍ୟନ୍ତ ଗୋଟିଏ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଉମାକାନ୍ତ ମିଶ୍ରଙ୍କର ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେଲା ସେ କରୋନା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ବିଧାୟକ ଥିବା ସମୟରେ ସ୍ବର୍ଗତ ମିଶ୍ର ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟୀତ୍ୱ ତୁଲାଇଥିଲେ।କଂଗ୍ରେସ ଦଳର ଟାଣୁଆ ନେତା ତଥା ପୂର୍ବତନ ବାଚସ୍ପତି ସ୍ବର୍ଗତ ସୋମନାଥ ରଥଙ୍କ ଜ୍ୱାଇଁ ଥିଲେ ଉମାକାନ୍ତ ମିଶ୍ର।ତାଙ୍କର ବିୟୋଗରେ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ପିସିସି ସଭ୍ୟ ଦେବୀ ପ୍ରସାଦ ବିଷୋୟୀ, କଂଗ୍ରେସ ନେତା ସଞ୍ଜୟ କୁମାର ତ୍ରିପାଠୀ, ପ୍ରଶାନ୍ତ କୁମାର ବିଷୋୟୀ, ଅଯୋଧ୍ୟା ନାଥ ମହାପାତ୍ର, ବିକ୍ରମ ବିଷୋୟୀ,ସୁକାନ୍ତ କୁମାର ଦିଗାଲଙ୍କ ସମେତ ବହୁ ଦଳୀୟ କର୍ମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )