କୁମୁଣ୍ଡି,ବୋରି ଏବଂ ବିଞ୍ଝଗିରି ଗ୍ରାମରେ ବରିଷ୍ଠ ନାଗରିକଙ୍କୁ ଟୀକାକରଣ ।

0 391

ବେଲଗୁଣ୍ଠା,୨୭/୦୩(ପିପିଟି); ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତରେ କୁମୁଣ୍ଡି,ବୋରି, ବିଞ୍ଝଗିରି ଏବଂ କ୍ଷତ୍ରିୟବରପୁର ପଞ୍ଚାୟତ ଅଧିନସ୍ଥ ସିଂହମର୍ଦ୍ଦନ ଗ୍ରାମର ବରିଷ୍ଠ ନାଗରିକଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ବେଲଗୁଣ୍ଠା ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡକ୍ଟର୍ ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଏକ ମୋବାଇଲ୍ ଟିମ୍ ରେ ସ୍ୱାସ୍ଥ୍ୟ ନିରୀକ୍ଷକ ଶୁଭ୍ରମନ୍ୟୁ କର, ସ୍ୱାସ୍ଥ୍ୟକର୍ମୀ ଲକି ନାୟକ, ସଚିନ୍ ଗୌଡ଼ ଏବଂ ଡାଟା ଏଣ୍ଟ୍ରି ଅପରେଟର୍ ଦୀପୁ ଗୌଡ ପ୍ରମୁଖ ବିଭିନ୍ନ ଗ୍ରାମର ଅସ୍ଥାୟୀ ଟୀକା ଦାନ କେନ୍ଦ୍ର ମାନଙ୍କରେ ୬୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ମାନଙ୍କୁ ଟୀକା ପ୍ରଦାନ କରିଥିଲେ । ଟୀକା ଦାନ କେନ୍ଦ୍ରରେ ଏଏନ୍ଏମ୍ ମମତା ବେହେରା, ଅଙ୍ଗନୱାଡ଼ି କର୍ମୀ ଶାମଳୀ ବିଷୋୟୀ, ମମତା ପାଣିଗ୍ରାହୀ, ଆଶା କର୍ମୀ ଝୁନୁ ରାଉତ,ଅଙ୍ଗନୱାଡ଼ି ସହାୟିକା ରୁନୁ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଜିର କାର୍ଯ୍ୟକ୍ରମରେ କୁମୁଣ୍ଡି ଗ୍ରାମର ୨୦ ଜଣ, ବିଞ୍ଝଗିରୀ ଗ୍ରାମର ୩୩ ଜଣ, ବୋରି ଗ୍ରାମର ୫୫ ଜଣ ଏବଂ ସିଂହମର୍ଦ୍ଦନ ଗ୍ରାମର ୩୩ ବରିଷ୍ଠ ନାଗରୀକ ଟୀକା ଗ୍ରହଣ କରିଥିଲେ । ବରିଷ୍ଠ ନାଗରିକ ବାଲ୍ମୀକି ପାଢୀ ଆଜିର ପ୍ରଥମ ଟୀକା ଗ୍ରହଣ କରିଥିଲେ । କୁମୁଣ୍ଡି ଟୀକାଦାନ କେନ୍ଦ୍ରରେ କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ ଏବଂ ଶିକ୍ଷକ ଜଗନ୍ନାଥ ପାଇକ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କୁ ଟୀକା ନେବା ପାଇଁ ଉତ୍ସାହିତ କରିଥିଲେ । ଆଜି ଟୀକା ଗ୍ରହଣ କରିଥିବା ସମସ୍ତ ୧୪୧ ଜଣ ବ୍ୟକ୍ତି ସୁସ୍ଥ ଥିବା କଥା ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Leave A Reply

Your email address will not be published.