୧୪୧୧ କିଲୋ ଗଞ୍ଜେଇ ଜବତ ହୋମଗାର୍ଡ ସମେତ ଆଠ ଗିରଫ ।

0 551

ମାଲକାନଗିରି,ତା:୦୨/୦୨(ପିପିଟି);ଏମଭି -୭୯ ପୋଲିସ ୧୪୧୧ କିଲୋ ଗଞ୍ଜେଇ ଜବତ କରିବା ସହ ଜଣେ ହୋମ ଗାର୍ଡ ସମେତ ଅନ୍ୟ ୭ ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏହା ବ୍ଯତୀତ ଗୋଟିଏ ଟ୍ରାକ୍ଟର, ଗୋଟିଏ କ୍ରେଟା କାର, ଗୋଟିଏ ମୋଟର ସାଇକେଲ, ୫ଟି ମୋବାଇଲ ଫୋନ ଜବତ କରାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ କହିବା ଅନୁଯାୟୀ ଗତକାଲି ରାତିରେ ଏମଭି -୭୯ ଥାନାର ଗଣେଶ ଚନ୍ଦ୍ର ପଟ୍ଟନାୟକ, ଏ ଏସ ଆଇ ନରସିଂହ ମାଝୀ, କନେଷ୍ଟବଳ ତାପସ ବିଶ୍ୱାସ, ଓଏପିଏଫ ନରସିଂହ ସୀସା, ହୋମଗାର୍ଡ ସନ୍ତୋଷ ବେହେରା, ପ୍ରଦୀପ ମଣ୍ଡଳ, କରୁଣା କର ପାତ୍ର ପ୍ରମୁଖ ଏମଭି -୭୨ ଗ୍ରାମ ଆଡୁ ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟରକୁ ଦେଖି ତାକୁ ଅଟକାଇ ଥିଲେ। ତାକୁ ଅଟକାଇ ପଚରାଉଚରା କରିବା ବେଳକୁ ଗାଡ଼ିରୁ ଗଞ୍ଜେଇ ବାସନା ଆସିଥିଲା। ଗାଡିକୁ ଯାଞ୍ଚ କରିବା ପରେ ସେଥିରେ ୪୮ ପ୍ୟାକେଟ ଗଞ୍ଜେଇ ବସ୍ତା ରହିଥିଲା। ଅଭିଯୁକ୍ତ ମାନଙ୍କୁ ପଚାରିବାରୁ ଗଞ୍ଜେଇ ବସ୍ତା ଗୁଡିକ ବିହାରକୁ ସ୍ଥାନାନ୍ତର କରାଯାଉଥିବା ସ୍ୱୀକାର କରିଥିଲେ। ଗାଡି ପଛରେ ଆସୁଥିବା ଏକ ମୋଟର ସାଇକେଲ ଓ କ୍ରେଟା କାରକୁ ମଧ୍ୟ ଜବତ କରାଯାଇ ଆସାମୀମାନଙ୍କୁ ଗିରଫ କରାଯାଇଥିଲା। ତେବେ ଏଥିରେ ଜଣେ ସ୍ଥାନୀୟ ଥାନାର ହୋମଗାର୍ଡ ଏବଂ ଜଣେ ମହିଳା ସମ୍ପୃକ୍ତ ଥିବା ଜାଣିବା ପରେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି । ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତ । ଆଜି ସମସ୍ତ ୮ ଜଣ ଆସମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପ୍ରକାଶ କରିଛି। ଜିଲ୍ଲାରେ ୨୦୨୦ ସୁଦ୍ଧା ୧୪୩ ଟି ଗଞ୍ଜେଇ କେଶ ହୋଇଥିବା ବେଳେ ୩୦,୧୭୨ କିଲୋ ଗଂଜେଇ ଜବତ କରାଯାଇଛି। ଏଥି ସହ ୨୯୪ ଜଣ ଆସାମୀଙ୍କୁ ଗିରଫ କରାଯାଇଛି ଏବଂ ୧୨୭ ଟି ଗାଡିକୁ ଜବତ କରାଯାଇଛି। ଚଳିତ ବର୍ଷ ୯ଟି କେଶ କରାଯାଇଥିବା ବେଳେ ୨,୮୧୩ କିଲୋ ଗଂଜେଇ ଜବତ କରାଯାଇଛି। ୨୬ ଜଣ ଆସାମୀଙ୍କୁ ଗିରଫ କରାଯାଇଥିବା ବେଳେ ୧୦ଟି ଗାଡି ଜବତ କରାଯାଇଛି ବୋଲି ଏସଡିପିଓ ଶ୍ରୀ ଦ୍ବିବେଦୀ କହିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.