ଜଗତସିଂହପୁରରେ ସଂସ୍କୃତି ହ୍ୟାଣ୍ଡଲୁମ୍ ଉତ୍ପାଦକ ଗୋଷ୍ଠୀର ଗ୍ରାମୀଣ ବଜାର ଉଦ୍‌ଘାଟିତ

0 348

ଜଗତସିଂହପୁର,୦୭/୦୧(ପିପିଟି); ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ସମ୍ମୁଖସ୍ଥ ମୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଓରମାସ୍ ଆନୁକୂଲ୍ୟରେ ସଂସ୍କୃତି ହ୍ୟାଣ୍ଡଲୁମ୍ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ଏକ ଗ୍ରାମୀଣ ବଜାର ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଏହାକୁ ଉଦଘାଟନ କରିଥିଲେ। ଏଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତି କଟନ୍ ବୁଟିଶାଢୀ, ଟସର ଶାଢୀ, ଲୁଙ୍ଗି, ଗାମୁଛା, ଧୋତି,ସ୍କାର୍ପ, ଉଲ୍ ଚଦର, ବେଡ୍ ସିଟ୍, ସାର୍ଟ କପଡା, ବେଡ୍ସିଟ୍ ଓ ଡ୍ରେସ୍ ମ୍ୟାଟେରିଆଲ୍ ସୁଲଭ ଦରରେ ବିକ୍ରୟ କରାଯିବ। ଏତଦ୍ ବ୍ୟତୀତ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବଡି, ପାମ୍ପଡ, ମୁଗଡାଲି, ମସଲା, ଧୂପକାଠି, ଆଚାର, ଫିନାଇଲ୍, ମାଟିର ପ୍ରସ୍ତୁତ ଘର ସଜା ସାମଗ୍ରୀ (ଟେରା କୋଟା), କାଇଁଚ ତିଆରି ଘର କରଣା ଜିନିଷ,ଝୋଟ ବ୍ୟାଗ୍, ତାଳପତ୍ର ପ୍ରସ୍ତୁତ ସାମଗ୍ରୀ ବିକ୍ରୟ କରାଯିବ। ଏହି ଆଉଟଲେଟ୍ ଉଦ୍‌ଘାଟନ କରି ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଲେ ଜିଲ୍ଲାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ସାମଗ୍ରୀ ବିକ୍ରୟ ଦ୍ୱାରା ମହିଳା ଉତ୍ପାଦକ ଗୋଷ୍ଠୀ ବିଶେଷ ଭାବେ ଉପକୃତ ହେବେ।ପୂର୍ବରୁ ଗ୍ରାମାଞ୍ଚଳର ଉତ୍ପାଦ କେବଳ ପଲ୍ଲିଶ୍ରୀ ମେଳାରେ ବିକ୍ରୟ ହେଉଥିଲା। ଏବେ ଏହା ସହରରେ ଉପଲବ୍ଧ ହେବ। ଜିଲ୍ଲାରେ ଅଧିକରୁ ଅଧିକ ଆଉଟଲେଟ୍ ଖୋଲିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାର ସଠିକ୍ ପରିଚାଳନା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହା ଏକ ଉତ୍ତମ ପ୍ରୟାସ, ଏହା ଦ୍ୱାରା ଅନ୍ୟ ସ୍ୱୟଂ ସହାୟକ ଦଳ ଓ ଉତ୍ପାଦକ ଗୋଷ୍ଠୀ ପ୍ରେରଣା ପାଇବେ ।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଧେଶକ ସରୋଜ କାନ୍ତ ମହାନ୍ତି, ଓରମାସ ଡେପୁଟୀ ସିଇଓ ସତ୍ୟ ସୁନ୍ଦର ଶିବରାମ ପାଇଟାଳ,ଅଗ୍ରଣୀ ଜିଲ୍ଲା ମ୍ୟାନେଜର ସତୀଶ ପାତ୍ର,ଡି.ଡି.ଏମ୍, ନାବାର୍ଡ ବିଶ୍ୱ ଭୁଷଣ ମହାନ୍ତି, ପୈାର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଡି.ପି.ଏମ୍, ଓ.ଏଲ୍.ଏମ୍, ଡି.ପି.ସି, ମିଶନ ଶକ୍ତି ପ୍ରଭାତ କୁମାର ଦାଶ, ସନ୍ତୋଷୀ ହ୍ୟାଣ୍ଡଲୁମ୍ ଉତ୍ପାଦକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.